ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’ 

135

କନକ ବ୍ୟୁରୋ: ଆମେରିକାର ଜଣାଶୁଣା ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟ ନୋୟାସଙ୍କ ଆତ୍ମହତ୍ୟା । ସୋମବାର ମାତ୍ର ୧୮ ବର୍ଷ ବୟସରେ ଏହି ଟିକଟକ୍ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର୍ କରିଥିଲେ ଯାହା ତାଙ୍କର ଶେଷ ପୋଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ । ହେଲେ ସେତେବେଳେ ସେ ମଜାକ୍ କରୁଛନ୍ତି ବୋଲି ତାଙ୍କ ଫ୍ୟାନମାନେ ଭାବିନେଇଥିଲେ । ହେଲେ ତାଙ୍କର ଏହି ପୋଷ୍ଟ ସତ ହେବା ସହିତ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ତାଙ୍କର ପରିବାର ସଦସ୍ୟ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଡଜାହାରିଆ ଟିକଟକରେ ଜଣେ ଜଣାଶୁଣା କଳାକାର । ତାଙ୍କର ପାଖାପାଖି ଦେଢ ମିଲିୟନ ଫଲୋୟର ଥିଲେ । ତା ସହ ଲକ୍ଷ ଲକ୍ଷ ତାଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଫଲୋ କରୁଥିଲେ । ତାଙ୍କର ଏପରି ଅକ୍ମସାତ ମୃତ୍ୟୁକୁ ତାଙ୍କ ଫ୍ୟାନମାନେ ଗ୍ରହଣ କରିପାରିନାହାନ୍ତି  ଏବଂ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତା ମଧ୍ୟ ଖୁଲାସ ହୋଇନାହିଁ ।