ଆଫଗାନିସ୍ତାନରେ ତାଲିବାନ ରାଜ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏପରି ସ୍ଥିତି ପାଇଁ ଅସରଫ ଘନିକୁ କଲେ ଦାୟୀ ।

477

କନକ ବ୍ୟୁରୋ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଦାବିରେ ସେ ଏବେ ବି କାଏମ ଅଛନ୍ତି । ସେ ସ୍ୱୀକାର କରିଛନ୍ତି , ଆଗୁଆ ଆଫଗାନିସ୍ତାନ ସରକାରର ପତନ ହୋଇଛି । ଆଫଗାନିସ୍ତାନରେ ଦୀର୍ଘଦିନ ଆମେରିକା ଲଢିଥିଲେ ଋଷ ଓ ଚୀନକୁ ଫାଇଦା ହୋଇଥାନ୍ତା । ଆମେ ପୂର୍ବର ଭୁଲକୁ ଦୋହରାଇବାକୁ ଚାହୁଁନଥିଲୁ । ସେଥିପାଇଁ ଆଫଗାନିସ୍ତାନରୁ ହଟିବା ବିକଳ୍ପ କଥା ଚିନ୍ତା କଲୁ । ଆଉ ଏହି ନିଷ୍ପତ୍ତିରେ ତାଙ୍କୁ କୌଣସି ପଶ୍ଚ୍ୟାତାପ ହୋଇନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି, ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ପାଇଁ ଆମେରିକା ଅନେକ ତ୍ୟାଗ କରିଛି । ଭବିଷ୍ୟତରେ ଆଫଗାନିସ୍ତାନ ଲୋକଙ୍କୁ ଆମେରିକା ସହୟତା ଯୋଗାଇ ଦେବ ବୋଲି ସେ ଘୋଷଣା କରିଛନ୍ତି । ଆଫଗାନିସ୍ତାନର ସ୍ଥିତି ପାଇଁ ସେ ପଳାଳତ ରାଷ୍ଟ୍ରପତି ଅସରଫ ଘନିକୁ ଦାୟୀ କରିଥିଲେ । ବାଇଡେନ କହିଥିଲେ, ବିନା ଲଢେଇରେ ସେ ଆଫଗାନିସ୍ତାନରୁ ପଳେଇଲେ ।