କନକ ବ୍ୟୁରୋ : ଆମେରିକାରେ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ କେବଳ ନିର୍ବାଚନ ଲଢିବା କଥା ଘୋଷଣା କରିନାହାଁନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କମିଟି ମଧ୍ୟ ଘୋଷଣା କରିଛନ୍ତି । ଆମେରିକା ଗଣମାଧ୍ୟମ ମୁତାବକ ବାଇଡେନ ପୁଣିଥରେ ହ୍ୱାଇଟ ହାଉସରେ ବରିଷ୍ଠ ଅଧିକାରୀ ଓ ଦୀର୍ଘଦିନ ହେବ ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ଜୁଲି ଶାବେଜ ରୋଡ୍ରିଗ୍ଜଙ୍କୁ ନିର୍ବାଚନ ପ୍ରଚାରର ମୁଖ୍ୟ ଭାବେ ଘୋଷଣା କରିଛନ୍ତି ।

Advertisment

ଏହା ପୂର୍ବରୁ ୨୪ ତାରିଖରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସ୍ପଷ୍ଟ କରିଥିଲେ କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ ନଭେମ୍ବର ମାସରେ ଘୋଷଣା କରିଛନ୍ତି କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । କହିରଖୁ କି ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।