ୟୁଏନଏସସିରେ ରୁଷ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିଲା ଆମେରିକା, ଭୋଟ ଦେବାରୁ ବିରତ ରହିଲା ଭାରତ

77

କନକ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁଏନଏସସିରେ ରୁଷ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିଛି ଆମେରିକା । ଶୁକ୍ରବାର ରୁଷ ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶରେ ସାମିଲ କରିଛି । ଏହାକୁ ବିରୋଧ କରି ଆମେରିକା ଜାତିସଙ୍ଘରେ ନିନ୍ଦା ପ୍ରସ୍ତାବ ଆଣିଥିଲେ । ତେବେ ଏହି ପ୍ରସ୍ତାବକୁ ୧୦ଟି ଦେଶର ସମର୍ଥନ ଜଣାଇଛନ୍ତି । ହେଲେ ଭୋଟିଂ ବେଳେ ଭାରତ ଏଥିରୁ ନିଜକୁ ଦୂରେଇ ରଖିଛି । ଭାରତ ସମେତ ଚୀନ, ବ୍ରାଜିଲ, ଗାବନ୍ ମଧ୍ୟ ପ୍ରସ୍ତାବ ଉପରେ ଭୋଟିଂ ଦେଇନହାନ୍ତି । ଏହି ନିନ୍ଦା ପ୍ରସ୍ତାବରେ ଭୋଟ ନଦେଇ ଭାରତ ପୁଣି ଥରେ ରୁଷ ପ୍ରତି ନିଜର ବନ୍ଧୁତା ଦେଖାଇଛି । ସେପଟେ ଜାତିସଙ୍ଘରେ ରୁଷ ନିଜ ଭିଟୋ ପାୱାର ଜରିଆରେ ପ୍ରସ୍ତାବକୁ ଖାରଜ କରିଦେଇଛି ।