ତାଇୱାନ ଗସ୍ତରେ ନାନ୍ସି ପେଲୋସି। ଆମେରିକା-ଚାଇନା ମୁହାଁମୁହିଁ ।

129

କନକ ବ୍ୟୁରୋ: ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତରେ ପହଞ୍ଚିଛନ୍ତି । ହ୍ୱାଇଟହାଉସ କହିଛି, ତାଇୱାନ ଗସ୍ତ କରିବା ଅଧିକାର ପେଲୋସିଙ୍କ ରହିଛି । ଏହାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଚୀନ କହିଛି, ଆମେରିକା ଭୁଲ ରାସ୍ତାରେ ଗଲେ ଏହାର କଡା ଜବାବ ଦିଆଯିବ । ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜିଅନ୍ କହିଛନ୍ତି, ଆମେ ସବୁ ପ୍ରକାରର ପରିସ୍ଥତିକୁ ମୁକାବିଲା କରିବାକୁ ପ୍ରସ୍ତୁତ । ଚୀନର ସାର୍ବଭୌମତ୍ୟ ଏବଂ ଅଖଣ୍ଡତାକୁ ସୁରକ୍ଷା ପାଇଁ ଚୀନର ପିଏଲଏ କଡା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବ ନାହିଁ । ମଙ୍ଗଳବାର ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ସହ ତାଇପେଇରେ ରାତି କଟାଇବା ଚୀନ ସେନା ତାଇୱାନ ଏବଂ ଚୀନର ମଧ୍ୟ ଭାଗ ସମୁଦରେ ଏକ ଯୁଦ୍ଧ ଜାହାଜ ମୁତୟନ କରିଛି । ଏଥିସହ ମଙ୍ଗଳବାର ତାଇୱାନ ସୀମାରେ ଚୀନ କିଛି ଯୁଦ୍ଧ ବିମାନ ଉଡାଉଥିବା ଦେଖିବାକୁ ମିଳିଛି । ଯାହା ନାନ୍ସିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ତାଇୱାନ ମଧ୍ୟ ତାର କିଛି ଏୟାରକ୍ରାଫ୍ଟକୁ ସୀମାରେ ମୁତୟନ କରିଥିବା ଦେଖିବାକୁ ମିଳିଛି । ଯେକୌଣସି ଯୁଦ୍ଧର ସାମ୍ନା କରିବାକୁ ତାଇୱାନ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି ।