ଯୁଦ୍ଧାଭ୍ୟାସ ସମୟରେ ଆମେରିକା ସୈନ୍ୟ ବଜାଇଲେ “ଜନ-ଗଣ-ମନ” ର ଧୁନ୍ ! ପୂର୍ବରୁ ଦ୍ୱିଦେଶ ସେନା ମିଶି ଗାଇଥିଲେ ଆସାମ୍ ରେଜିମେଣ୍ଟ୍ ର ସଂଗୀତ , ଦେଖନ୍ତୁ ଭିଡିଓ

250

ନିକଟରେ ଆମେରିକାର ୱାଶିଂଟନ୍ ରେ ଭାରତ-ଆମେରିକା ଯୁଦ୍ଧ ଅଭ୍ୟାସ ସମୟରେ ଆମେରିକା ଏବଂ ଭାରତୀୟ ସେନାର ଯବାନ ମାନେ ମିଶି ଆସାମ ରେଜିମେଣ୍ଟର ଯୋଦ୍ଧା ବଦଲୁରାମ୍ ଙ୍କୁ ମନେ ପକାଇ ଗୀତ ଗାଇ ନାଚିଥିବାର ଦେଖାଯାଇଥିଲେ । ତେବେ ବର୍ତ୍ତମାନ ଆମେରିକା ସୈନ୍ୟ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି , ଯେଉଁଥିରେ ଯୁଦ୍ଧାଭ୍ୟାସ ସମୟରେ ଆମେରିକା ସୈନ୍ୟଙ୍କ ଏକ ବ୍ୟାଣ୍ଡ୍ ଭାରତର ଜାତୀୟ ସଂଗୀତ “ଜନ-ଗଣ-ମନ” ଧୁନ୍ ବଜାଉଥିôବାର ନଜର ଆସିଥିଲେ ।

ପ୍ରଥମେ ଦୁଇ ଦେଶର ସୈନ୍ୟ ମିଶି ଆସାମ ରେଜିମେଣ୍ଟ୍ ର ସଂଗୀତରେ ଡ୍ୟାନ୍ସ କରିବା ପରେ ଆମେରିକା ସୈନ୍ୟଙ୍କ ଭାରତୀୟ ଜାତୀୟ ସଂଗୀତ ଧୁନ୍ ବଜାଇବା ଅନ୍ୟ କିଛି ସଂକେତ ଦେଉଛି । ଏହି ଦୁଇ ଭିଡିଓରେ ଆମେରିକା ଏବଂ ଭାରତୀୟ ସେନା ଭିତରେ ବଢୁଥିବା ସଂକେତକୁ ଦର୍ଶାଉଛି । ଆପୋଷ ବିଶ୍ୱାସ ଏବଂ ମିତ୍ରତାର ବାତବରଣରେ ଦୁଇ ସେନା ମିଶି ଯେ ଆଗାମୀ ଦିନରେ ଶତ୍ରୁଙ୍କ ଯୋଜନା ପଣ୍ଡ କରିବେ ସେଥିରେ କୌଣସି ସନ୍ଦେହ ନାହିଁ ।

କିଏ ବଦଲୁରାମ୍ , ଏବଂ ତାଙ୍କ ଉପରେ କାହିଁକି ଏଭଳି ସଂଗୀତ ପ୍ରସ୍ତୁତ କରାଯାଇଛି ?

ଭାରତୀୟ ସେନା ଏବଂ ସେନାର ଯବାନଙ୍କ ବାହାଦୁରିତାକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଏଭଳି ଏକ ସତ କାହାଣୀ ହେଉଛି ବଦଲୁରାମଙ୍କର । ସେପ୍ଟେମ୍ବର ୨୩ , ୧୯୧୮ ବ୍ରିଟିଶ୍ ଇଣ୍ଡିୟାନ୍ ଆର୍ମିରେ ଥିବା ବଦଲୁରାମ୍ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ୍ ହୋଇଯାଇଥିଲେ । ତାଙ୍କ ବାହାଦୁରିତାର ଅନେକ କଥା ଶୁଣିବାକୁ ମିଳେ । ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଙ୍ଗ୍ “ବଦଲୁରାମ୍ କା ବଦନ ଜମିନ୍ କେ ନିଚେ ହେ” ତାଙ୍କର ଏହି କଥାକୁ ବର୍ଣ୍ଣନା କରିଥାଏ । ଏହି ଗୀତରେ କୁହାଯାଇଛି ଯେ ବଦଲୁରାମ୍ ସହିଦ୍ ହେବା ପରେ ମଧ୍ୟ କ୍ୱାର୍ଟର ମାଷ୍ଟର ତାଙ୍କ ନାଁକୁ ହଟାଇ ନଥିଲେ ।

ଯେଉଁ କାରଣରୁ ଯବାନଙ୍କୁ ତାଙ୍କ ନାଁରେ ଖାଦ୍ୟ ପଦାର୍ଥ ମିଳିଥାଏ । ଏହି କାରଣରୁ ଯବାନମାନଙ୍କ ପାଖରେ ଏକମାସ ଭିତରେ ଅନେକ ଖାଦ୍ୟ ପଦାର୍ଥ ଠୁଳ ହୋଇଯାଇଥିଲା । ଏହି ସବୁ ଖାଦ୍ୟ ପଦାର୍ଥ ସେତେବେଳେ କାମରେ ଆସିଲା ଯେତେବେଳେ ଜାପାନ୍ ରେଜିମେଣ୍ଟ୍ ଆସାମକୁ ଘେରି ଦେଇଥିଲା ଏବଂ କେଉଁଠାରୁ ରାସନ୍ ସପ୍ଲାଇ ହେଉନଥିଲା । ଆସାମ୍ ରେଜିମେଣ୍ଟ୍ ଏହି ମାର୍ଚ୍ଚ ସଂଗୀତରେ ସହିଦ୍ ବଦଲୁରାମ୍ ଙ୍କୁ ଧନ୍ୟବାନ ଜଣାଇଥାନ୍ତି ।