କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ଜି-୨୦ ବୈଠକରେ ଏକାଠି ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କେନ୍ ଓ ଋଷ ପ୍ରତିପକ୍ଷ ସର୍ଗେଇ ଲାବରୋବ୍ । ୧୦ ମିନିଟ ଯାଏଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ବୈଠକ ପୂର୍ବରୁ ଏହି ସାକ୍ଷାତ ବାଦରେ ପଚରାଯିବାରୁ ଆମେରିକା ବିଦେଶ ମନ୍ତ୍ରୀ ଏହାକୁ ପ୍ରତ୍ୟାକ୍ଷାନ କରିଥିବାବେଳେ ବୈଠକ ପରେ ଦୁହିଁଙ୍କ ଅଲୋଚନା ଚର୍ଚ୍ଚାରେ ରହିଛି ।

Advertisment

ଜି -୨୦ ବୈଠକରେ ଉଭୟ ନେତା ଯୋଗ ଦେଇଥିଲେ ବି ଉଭୟ ଦେଶର ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ଭଳି କୌଣସି ସୂଚନା ମିଳିନଥିଲା । ଏହାସହ ଋଷ ଜେଲରେ ବନ୍ଦୀ ଥିବା ଆମେରିକୀୟ ନାଗରୀକ ପଲ୍ ହ୍ୱେଲନଙ୍କୁ ମୁକ୍ତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ପଲ୍ ୨୦୧୮ରେ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇ ଋଷ ଜେଲରେ ରହିଛନ୍ତି ।