ଭାରତକୁ ଆମେରିକାର ଦୀପାବଳି ଭେଟି : ଇରାନରୁ ତେଲ କିଣିବା ଉପରେ କଟକଣାକୁ କୋହଳ କଲେ ଟ୍ରମ୍ପ ସରକାର

ଭାରତ ସମେତ ୮ଟି ଦେଶକୁ ରିହାତି, ଜାରି ରହିବ ତେଲ କିଣା : କମିବ କି ତେଲ ଦର

381

କନକ ବ୍ୟୁରୋ : ଭାରତକୁ ଦୀପାବଳି ଭେଟି ଦେଲା ଆମେରିକା । ଇରାନରୁ ତେଳ କିଣିବା ଉପରେ ଥିବା କଟକଣାକୁ କୋହଳ କରିଛନ୍ତି ଟ୍ରମ୍ପ ସରକାର । ଭାରତ ସମେତ ଜାପାନ ଓ ଦକ୍ଷିଣ କୋରିଆ ପାଇଁ କଟକଣା କୋହଳ କରିଛି ୱାସିଂଟନ୍ । ଇରାନ ଉପରେ ଆର୍ଥିକ କଟକଣା ଲଗାଇବାରୁ ନଭେମ୍ବର ୪ ତାରିଖ ସୁଦ୍ଧା ସମସ୍ତ ଦେଶ ଇରାନଠାରୁ ତେଲ କିଣା ବନ୍ଦ କରିଦେବାକୁ ଚାହୁଥିଲେ ଟ୍ରମ୍ପ ପ୍ରଶାସନ ।

ଫଳରେ ଇରାନ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ଯୋଜନା କାର୍ଯ୍ୟକାରୀ ହୋଇଥାନ୍ତା । ହେଲେ ଏଥିରେ କିଛିଟା କୋହଳ କରିଛି ଆମେରିକା । ସୂଚନା ଅନୁସାରେ ଭାରତ ସମେତ ବିଶ୍ୱର ୮ଟି ଦେଶପାଇଁ କଟକଣାକୁ କୋହଳ କରାଯାଉଛି । ସେହିଭଳି ଅନ୍ୟ କେଉଁ ୪ଟି ଦେଶ ପ୍ରତି ଆମେରିକା କୋହଳ ମନୋଭାବ ପୋଷଣ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଇରାନଠାରୁ କମ୍ ପରିମାଣର ତେଲ କିଣୁଥିବା ଦେଶଗୁଡିକୁ ଏହି ରିହାତି ଦେଇଛି ଆମେରିକା ।