ଜାରି ହେଲା ‘ହେଟ୍ ଷ୍ଟୋରୀ ୪’ ସିନେମାର ପ୍ରଥମ ପୋଷ୍ଟର ! ଜାଣନ୍ତୁ କେବେ ଆସୁଛି ସିନେମା

71

‘ହେଟ୍ ଷ୍ଟୋରୀ ୪’ ସିନେମାର ପ୍ରଥମ ପୋଷ୍ଟର ଆସିଯାଇଛି । ଏହି ପୋଷ୍ଟରକୁ ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ତରଣ ଆଦର୍ଶ ଦୁଇଟି ଫଟୋ ଶେୟାର କରିଛନ୍ତି, ଯେଉଁଠି ସିନେମାର ରିଲିଜ୍ ତାରିଖ ଓ ଅନ୍ୟଟିରେ ବଲିଉଡ଼ ଅଭିନେତ୍ରୀ ଉର୍ବଶୀଙ୍କ ଫଟୋ ଶେୟାର କରିଛନ୍ତି । ଯେଉଁଠି ଉର୍ବଶୀ ବହୁତ ବୋଲ୍ଡ ନଜର ଆସୁଛନ୍ତି । ବଲିଉଡ଼୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ସିନେମା ‘ହେଟ୍ ଷ୍ଟୋରି-୪’ ଆସନ୍ତା ବର୍ଷ ମାର୍ଚ୍ଚ ୨ ତାରିଖରେ ରିଲିଜ୍ ହେବ  । ଉର୍ବଶୀ ମଧ୍ୟ ତାଙ୍କର ଟ୍ଵିଟର ଆକାଉଂଟରେ ଦର୍ଶକଙ୍କ ଲାଗି ସେୟାର୍ କରିଛନ୍ତି ଫଟୋ । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ‘ଇସ୍ ବାର୍ ନଫରତ୍ ଔର୍ ଭୟାନକ୍ ହୋଗି’।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁ କି ,ପଂଜାବୀ ସିନେମା ଯଥା- ‘ଡ଼ାଡ଼ି କୁଲ୍ ମୁଂଡ଼େ ଫୁଲ୍’ ଏବଂ ‘ଟାଇଗର୍’ଭଳି ଫିସିନେମାରେ ଅଭିନୟ କରିସାରି ନିଜ ଅଭିନୟର କରିସ୍ମା ଦେଖାଇ ସାରିଥିବା ହଟ୍ ଅଭିନେତ୍ରୀ ଇଶାନା ଦିଲ୍ଲୋଂ ‘ହେଟ୍ ଷ୍ଟୋରୀ-୪’ ଜରିଆରେ ବଲିଉଡ଼ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏତଦ ବ୍ୟତୀତ ଉକ୍ତ ସିନେମା ‘ହେଟ୍ ଷ୍ଟୋରି-୪’ରେ କରଣ ବାହୀ,ସୁରଜ ପାଂଚୋଲି ଏବଂ ଗୁରମିତ ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ସିନେମାର ନିର୍ଦ୍ଦେଶନ ବିଶାଲ୍ ପାଣ୍ଡ୍ୟା ଦେଉଥିବାବେଳେ,ସିନେମାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇଗଲାଣି ।