କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ବିଜେପି ନେତ୍ରୀ ଚିତ୍ରା ବାଘ୍ କହିଥିଲେ ଯେ, ଯେଉଁଭଳି ପୋଷାକ ପିନ୍ଧି ଉର୍ଫି ଜାଭେଦ୍ ମୁମ୍ବାଇ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି ସେଥିଯୋଗୁଁ ପୁରା ମାହୋଲ ଖରାପ ହେଉଛି । ଏହାକୁ ନେଇ ଚିତ୍ରା ବାଘ୍ ମହିଳା ଆୟୋଗରେ ଅଭିଯୋଗ କରିଥିଲେ । ହେଲେ ମହିଳା ଆୟୋଗ ଏହାକୁ ଅଣଦେଖା କରିବା ପରେ ମୁମ୍ବାଇ ପୁଲିସରେ ଅଭିଯୋଗ ଆଣିଥିଲେ । ଏହାପରେ ଉର୍ଫି ଜାଭେଦଙ୍କୁ ହୋଇଛି ଲିଗାଲ ନୋଟିସ୍ ।publive-image

Advertisment

ଉର୍ଫି ଓ ଚିତ୍ରା ବାଘଙ୍କ ମଧ୍ୟରେ ବାକ୍ ଯୁଦ୍ଧର ଅନ୍ତ ହେଉନାହିଁ । ଚିତ୍ରାଙ୍କ ଅଭିଯୋଗ ପରେ ଉର୍ଫି ମଧ୍ୟ ଚୁପ ରହିନଥିଲେ । ସେ ଯାଇ ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟିଥିଲେ । ଚିତ୍ରାଙ୍କ ମନ୍ତବ୍ୟରେ ମୁମ୍ବାଇରେ ହିଂସା ସୃଷ୍ଟି ହୋଇପାରେ ବୋଲି ଉର୍ଫି କହିଥିଲେ ।