ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳି ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ସହରାଂଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ

257

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୦ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଆଗାମୀ ୧୦ ଦିନ ଯାଏଁ ଜିଲ୍ଲାର ସହରାଂଚଳରେ ଅପରାହ୍ମ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଟ୍ୱିଟ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କୁହାଯାଉଛି ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଫେରିଛନ୍ତି । ଏପଟେ ରାଜ୍ୟରେ ଓ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ଆଗୁଆ ସତର୍କ ହୋଇଛନ୍ତି ଜିଲ୍ଲାର ସଚେତନ ବ୍ୟବସାୟୀ ସଂଘ । କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ବ୍ୟାପକ ହୋଇଥିଲା । ସେହି ଅନୁଭୂତି ମନରୁ ନଜାଉଣୁ ଜିଲ୍ଲାରେ ପୁଣି ସଂକ୍ରମଣର ଭୟ ଘାରିଛି । ଆଉ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।