କନକ ବ୍ୟୁରୋ: ଗୁଜୁରାଟର ଜୁନାଗଡରେ ଥିବା ଏକ ଧାର୍ମିକ ସ୍ଥଳ (ଦରଗାହ)କୁ ନୋଟିସ୍ ଜାରି କରିବାକୁ ନେଇ ହିଂସା ସୃଷ୍ଟି ହୋଇଛି । ଶୁକ୍ରବାର ରାତି ସମୟରେ ପୁଲିସକୁ ଟାର୍ଗେଟ କରିଥିଲେ ବିକ୍ଷୋଭକାରୀ । ଏହି କ୍ରମରେ ପୁଲିସର ଗାଡି ଜଳାଇଦେବା ସହ ଆକ୍ରମଣ କରିବାରୁ ଡିଏସପିଙ୍କ ସମେତ ୪ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି ।

Advertisment

ଦରଗାହକୁ ଭାଙ୍ଗିବାକୁ ନୋଟିସ୍ କରିବାରୁ ସନ୍ଧ୍ୟା ୭ଟା ସୁଦ୍ଧା ଘଟଣାସ୍ଥଳରେ ଲୋକେ ଜମା ହୋଇଯାଇଥିଲେ ଏବଂ ଦରଗାହକୁ ଘେରିଯାଇଥିଲେ । ଯେତେବେଳେ ପୁଲିସ ପହଞ୍ଚି ସେମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କଲା ସେମାନେ ପୁଲିସକୁ ଉପରକୁ ପଥରମାଡ କରିଥିଲେ ଏବଂ ପୁଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଡେପୁଟି ଏସପି ଏବଂ ୪ ଜଣ ପୁଲିସ କର୍ମୀ ଆହତ ହୋଇଥିôଲେ । ଏହାପରେ ଘଟଣାସ୍ଥଳକୁ ଅଧିକ ପୁଲିସ ପ୍ଳାଟୁନ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।