ଜନ୍ ଅବ୍ରାହମ୍ ନିଜର ଶାଳୀନତା ଓ ଶାନ୍ତ ସ୍ୱଭାବକୁ ନେଇ ଖୁବ୍ ଚର୍ଚ୍ଚିତ ବଲିଉଡରେ । କିନ୍ତୁ ଗୁରୁବାର ଦିନ ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା ଏହି କୁଲ୍ ଅଭିନେତାଙ୍କୁ । ନିଜର ଆଗାମୀ ଫିଲ୍ମ “ ଫୋର୍ସ ୨” ଟ୍ରେଲର ଲଂଚର ଅବସର ଥିଲା । ଯେଉଁଠି ଜନ୍ ସମସ୍ତଙ୍କ ସାମ୍ନାରେ ନିଜର ଶାଳୀନତା ଭୁଲିଗଲେ ।
ମିଳିଥିବା ସୂଚନାନୁସାରେ , ଟ୍ରେଲର ଲଂଚ ପରେ ଜନ୍ ବାହାରକୁ ଆସୁଥିଲେ । ତାଙ୍କୁ ଦେଖି ଫ୍ୟାନଙ୍କ ଭିଡ ଖୁବ୍ ବଢି ଯାଇଥିଲା । ସେହି ଭିଡରେ ଜଣେ ଫ୍ୟାନରେ ଖୁସିରେ ଜନଙ୍କ ଏକ ବାହୁ ଟାଣି ନେଇ ସେଲଫି ପାଇଁ ପ୍ରସ୍ତୁତ ହେଉଥିଲେ । ଏଥିପାଇଁ ଜନ ଅବ୍ରାହମ ଖପ୍ପା ହୋଇଗଲେ । ରାଗ ମୁଣ୍ଡକୁ ଚଢିଗଲା । ସେହି ବ୍ୟକ୍ତିକୁ ଚାପଡା ମାରିଲେ ଏବଂ ସେଠାରେ ଉପସ୍ଥିତ ମିଡିଆ କର୍ମୀଙ୍କୁ ବି ଏ ଘଟଣା ରେକର୍ଡ କରିବାକୁ ଧମକ ଦେଇଥିଲେ । ପରେ କାରରେ ବସି ସେଠାରୁ ଚାଲିଗଲେ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/22-1.jpg)