ଲୁଲୁଙ୍କ ୩୨ ବର୍ଷର କଂଗ୍ରେସ ରାଜନୀତିକୁ ପଛରେ ପକାଇ ବିଜେପିରେ ଝିଅ ଉପାସନା ! କହିଲେ ,ବାବାଙ୍କୁ ଉପେକ୍ଷା କରିଥିଲା କଂଗ୍ରେସ

27

କନକ ବ୍ୟୁରୋ : ବିଜେପି ଶିବିରରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁ ମହାପାତ୍ର । ବେଶ କିଛି ଦିନ ହେଲା ଲୁଲୁଙ୍କ ପରିବାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ପରେ ଶନିବାର ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ ।

ମୁମ୍ବାଇରେ ଯୁକ୍ତ ୩ ପଢୁଥିବା ଉପାସନା ଏବେ ଭିନ୍ନ ଭୂମିକାରେ । ଗେରୁଆ ରଙ୍ଗର ଓଢଣୀ ସହି ପଦ୍ମ ଫୁଲର ଚିତ୍ର ଥିବା ଉପ ଢୌକନ ପିନ୍ଧି ବିଜେପରେ ସାମିଲ୍ ହୋଇଥିଲେ ଉପାସନା । ଆଉ ଭାଷଣରେ ମନେ ପକାଇଥିଲେ ତାଙ୍କ ବାପା ସ୍ୱର୍ଗତ ଲୁଲୁ ମହପାତ୍ରଙ୍କ କେମିତି ହାତ ଛାଡିଦେଇଥିଲା କଂଗ୍ରେସ ।

ଉପାସନାଙ୍କ ସହ ସ୍ୱର୍ଗତ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ବିଜେପିରେ । ଏକ ବଡ ଶୋଭାଯାତ୍ରାରେ ଆସି ରାଜଧାନୀରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଯୋଗ ଦେଇଛନ୍ତି ।