ୟୁପିରେ ଟ୍ରେନ ଦୁର୍ଘଟଣା ! ଲାଇନଚ୍ୟୁତ ହେଲା ରାଜ୍ୟ ରାନୀ ଏକ୍ସପ୍ରେସର ୮ଟି ବଗି, ୧୫ ଆହତ

22

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ରାଜ୍ୟ ରାଣୀ ଇଂଟରସିଟି ଏକ୍ସପ୍ରେସ । ମେରଟରୁ ଲକ୍ଷ୍ନୌ ଯାଉଥିବା ସମୟରେ ରାମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୫ଜଣ ଆହତ ହୋଇଛନ୍ତି । ପୁଲିସ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଟିଏସ ଟିମ୍ ଦୁର୍ଘଟଣାର ତଦନ୍ତ କରିବ । ସେପଟେ ଦୁର୍ଘଟଣାରେ ଆହତଙ୍କୁ ସହାୟତା ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଓ ଆହତଙ୍କୁ ୨୫ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଆଦିତ୍ୟନାଥ ।