କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଜୁଳି କାଟକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନମୋଡକୁ ଆସିଛନ୍ତି । ଏନେଇ ସେ ଶକ୍ତିମନ୍ତ୍ରୀ ଏ.କେ ଶର୍ମା, ୟୁପିପିସିଏଲର ଅଧ୍ୟକ୍ଷ ଏମ୍ ଦେବରାଜ ଓ ଅଧିକାରୀଙ୍କୁ ନୋଟିସ କରିବା ସହ ନିର୍ଦ୍ଦେଶ ଦେଇଛନ୍ତି କି ବିଜୁଳି ଯୋଗାଣରେ ଅନିୟମିତତା ଦେଖାଦେଲେ ଏଥିପାଇଁ ଫିଡର ୱାଇଜ ଜବାବ ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ତୁରନ୍ତ ରାଜ୍ୟରେ ଥିବା ବିଦ୍ୟୁତ ବ୍ୟବସ୍ଥାର ସୁଧାର ଅଣାଯିବ । ଆବଶ୍ୟକ ପଡିଲେ ଅତିରିକ୍ତ ବିଜୁଳି ମଧ୍ୟ ଯୋଗାଣ କରାଯିବ । ମୁଖ୍ୟମନ୍ତ୍ରୀ ବିଜୁଳି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କି, ରାଜ୍ୟରେ କୌଣସି ସ୍ଥାନରେ ବିଜୁଳି ସଂକଟ ଯେଭଳି ଦେଖାନଦିଏ । ଯଦି ଆବଶ୍ୟକ ପଡୁଛି ତେବେ ଆବଶ୍ୟକତା ମୁତାବକ ବିଜୁଳି କିଣି ଜନତାଙ୍କୁ ବିତରଣ କରାଯାଉ ।

Advertisment

କେବଳ ସେତିିକି ନୁହେଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି, ଗାଁ ହେଉ କି ସହର ଟ୍ରାନ୍ସଫରମର ଖରାପ ହେଲେ ତୁରନ୍ତ ତାହାକୁ ବଦଳାଯାଉ । ଏହାସହ ପ୍ରତି ଦିନ ଗୋଟିଏ ଜିଲ୍ଲାରେ ବିଦ୍ୟୁତ୍ ସମସ୍ୟା ନେଇ ସମୀକ୍ଷା କରାଯାଉ ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉ । ଏହାସହ ପ୍ରତି ଜିଲ୍ଲାରେ ବିଦ୍ୟୁତ କଣ୍ଟ୍ରୋଲ ରୁମ କରାଯାଇ ଏହାର ନିରୀକ୍ଷଣ ଜିଲ୍ଲାପାଳମାନେ କରନ୍ତୁ ।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ବିଜୁଳି ବ୍ୟବସ୍ଥାକୁ ନେଇ ଯେଉଁ ନିୟମ ଘୋଷଣା କରାଯାଇଛି ତାହାକୁ କଡାକଡି ଭାବେ ପାଳନ କରାଯାଉ । ଜିଲ୍ଲା ମୁଖ୍ୟାଳୟରେ ୨୪ ଘଂଟା, ତହସିଲ ମୁଖ୍ୟାଳୟରେ ୨୨ ଘଣ୍ଟା ଓ ଗ୍ରାମୀଣ କ୍ଷେତ୍ରରେ ସର୍ବନିମ୍ନ ଦୈନିକ ୧୮ ଘଣ୍ଟା ବିଜୁଳି ଯୋଗାଣକୁ ସୁନିଶ୍ଚିତ କରାଯାଉ ।

ସେପଟେ ଶକ୍ତିମନ୍ତ୍ରୀ ଏ.କେ ଶର୍ମା ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି କି, ଗତବର୍ଷ ଜୁନ ମାସରେ ୨୬୩୬୯ ମେଗାୱାଟ ବିଜୁଳି ଆବଶ୍ୟକ ଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧିପାଇ ୨୭୬୧୦ ମେଗାୱାଟ ବିଜୁଳିର ଆବଶ୍ୟକତା ରହିଛି ।