ଉତରପ୍ରଦେଶର ବନ୍ୟା ଓ ନିୟନ୍ତ୍ରଣ ରାଷ୍ଟ୍ର ମନ୍ତ୍ରୀ ବିଜୟ କଶ୍ୟପଙ୍କ ପରଲୋକ । ଏପ୍ରିଲ ୨୯ରେ ପଜିଟିଭ ଚିହ୍ନଟ ହେବା ପରେ ଚାଲିଥିଲା ଚିକିତ୍ସା

210

କନକ ବ୍ୟୁରୋ : କରୋନାରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ । ଉତରପ୍ରଦେଶର ବନ୍ୟା ଓ ନିୟନ୍ତ୍ରଣ ରାଷ୍ଟ୍ରମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ପରଲୋକ ହୋଇଯାଇଛି । ୨୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ବିଜୟ କଶ୍ୟପ ମୁଜାଫରନଗରର ଚରଥବାଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଜୟ କଶ୍ୟପଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । କରୋନାରେ ବର୍ତମାନସୁଦ୍ଧା ଉତରପ୍ରଦେଶର ୩ ଜଣ ମନ୍ତ୍ରୀ ପ୍ରାଣ ହରାଇସାରିଲେଣି । ଗତବର୍ଷ ଚେତନ ଚୌହ୍ୱାନ ଓ କମଳାରାଣୀ ବରୁଣ କୋଭିଡରେ ପ୍ରାଣ ହରାଇଛନ୍ତି । ତେବେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସମସ୍ତଙ୍କ ମଧ୍ୟରେ ଆତଙ୍କ ବଢାଇ ଦେଇଛି