କନକ ବ୍ୟୁରୋ : ଯୋଗୀ ସରକାର ନିର୍ବାଚନ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରାଜ୍ୟରେ ଥିବା ସମସ୍ତ ଅନାଥ ପିଲାଙ୍କୁ ମାସିକ ୨.୫୦୦ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ । ଅର୍ଥାତ କୋଭିଡ-୧୯ ରେ ଅନାଥ ହୋଇଥିବା ପିଲାଙ୍କ ପରେ ଏବେ ଏବେ ସମସ୍ତ ଅନାଥ ପିଲାଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି କୌଣସି କାରଣରୁ ପିତା,ମାତା କିମ୍ବା ଅବିଭାବକଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ଏହି ରାଶି ଯୋଗାଇ ଦିଆଯିବ । ସୋମବାର ଦିନ ୟୁପି ସରକାର ଏହି ଯୋଜନାକୁ ଅନୁମତି ଦେଇଛନ୍ତି ।

Advertisment

ରାଜ୍ୟ ସରକାର ଏଭଳି ପିଲାମାନଙ୍କୁ ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନା’ ମାଧ୍ୟମରେ ଏଭଳି ସହାୟତା ରାଶି ଯୋଗାଇ ଦେବେ । ଏହି ଯୋଜନାରେ ଗୋଟିଏ ପରିବାରର ସର୍ବାଧିକ ୨ ଟି ପିଲାଙ୍କୁ ଏହି ରାଶି ଯୋଗାଇ ଦିଆଯିବ । ଏହି ଅର୍ଥ ୧୦୦ ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରିବେ । ଏହି ଯୋଜନା କେବଳ ୧୮ ବର୍ଷରୁ କମ ଅନାଥ ପିଲାଙ୍କ ପାଇଁ ଲାଗୁ ହେବ ।

ଅନ୍ୟପଟେ ଯେଉଁ ପିଲାର ମା’ ଛାଡପତ୍ର ଦେଇଛନ୍ତି ବା ପରିତ୍ୟକ୍ତା କିମ୍ବା ଯେଉଁ ପିଲାଙ୍କର ପିତା,ମାତା କିମ୍ବା ଅବିଭାବକ ଜେଲରେ ରହିଛନ୍ତି ସେହି ପିଲାମାନଙ୍କୁ ମଧ୍ୟ ସରକାର ଏହି ଯୋଜନାରେ ଅର୍ନ୍ତଭୂକ୍ତ କରାଇବେ । ସେହିଭଳି ୧୮-୨୩ ବର୍ଷ ଯେଉଁ ପିଲାମାନେ କୋଭିଡ କାରଣରୁ ପିତା, ମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ଲାଭ ମିଳିବ ।