ଉତ୍ତରପ୍ରଦେଶର ବୁଲନ୍ଦସରରେ ହାଇଭୋଲଟେଜ୍ ଡ୍ରାମା : ପୋଲିସ୍ ବାବୁଙ୍କୁ ରାସ୍ତା ମଝିରେ ନିସ୍ତୁକ ଛେଚିଲେ ଲୋକେ

27

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବୁଲନ୍ଦସରରେ ହାଇଭୋଲଟେଜ୍ ଆକ୍ସନ ଡ୍ରାମା । ପୋଲିସ ବାବୁଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ପୋଲିସ ବାବୁଙ୍କୁ ରାସ୍ତାରେ ଉଠେଇ ପକେଇ ମାଡ ମାରିଲେ ଲୋକେ । ଖାଲି ସେତିକି ନୁହଁ ପୋଲିସ ବାବୁଙ୍କ ବେଲଟ କାଢ଼ି ମାଡ ମାରୁଛନ୍ତି କିଛି ଯୁବକ । ପୋଲିସ ବାବୁ ତାଙ୍କୁ ଛାଡିଦେବା ପାଇଁ ଯେତେ କାକୁତି ମିନତି ହେଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନାହାନ୍ତିି । ସୂଚନା ଅନୁଯାୟୀ ପୋଲିସ ଅଫିସର ଜଣଙ୍କ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ସାହାଯ୍ୟ କରିବା ପରିବର୍ତ୍ତେ ଜାଗା ଛାଡ଼ି ଯିବା ପାଇଁ ଚେଷ୍ଟା କରୁଥିଲେ । ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ କାବୁ କରିନେଇଥିଲେ । ଅଫିସର ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସେ ଗାଳିଗୁଳଜ କରିଥିଲେ । ପରେ ଉତ୍ୟକ୍ତ ଲୋକ ଅପିସରଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ସେପଟେ ଏହି ଘଟଣାରେ ୟୁପି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେପଟେ କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ ଅଧିକାରୀ । ହେଲିକେପ୍ଟରରୁ କାଉଡିଆଙ୍କ ଉପରେ ଫୁଲ ବର୍ଷାଇଲେ ମିରଟର ଏଡିଜି ପ୍ରଶାନ୍ତ କୁମାର । କାଉଡିଆଙ୍କ ଶ୍ରାବଣ ଯାତ୍ରା ଭଲ ଓ ସୁରୁଖୁରରେ ସାରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । କାଉଡିଆଙ୍କ ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଡ୍ରୋନର ବ୍ୟବସ୍ଥା ମଧ୍ୟ କରାଯାଇଛି । କାଉଡିିଆମାନେ ଯାଉଥିବା ରାସ୍ତାରେ ୬୦ଟି ଡ୍ରୋନ କ୍ୟାମେରା ଲଗାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ତେବେ ମଙ୍ଗଳବାର ଦିନ ଏଡିଜି ପ୍ରଶାନ୍ତ କୁମାର ସୁରକ୍ଷା ବ୍ୟବସ୍ଥା ନେଇ ଆକାଶ ମାର୍ଗରୁ ଯାଂଚ କରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ବର୍ଷାଇଥିଲେ । ସେପଟେ ଯୋଗୀ ସରକାରଙ୍କ ଏଭଳି ସୁରକ୍ଷା ବ୍ୟବସ୍ଥା ଓ ସମସ୍ତ ବନ୍ଦୋବସ୍ତକୁ ନେଇ ଖୁସି ଜାହିର କରିଛନ୍ତି କାଉଡିଆ ।