କନକ ବ୍ୟୁରୋ : ନ୍ୟାୟ ପାଇଁ ମହିଳା କମିଶନର ଦ୍ୱାରସ୍ତ ହେଲେ କେ.ଦୀପିକା । ଜନ୍ମିତ ପିଲାର ବାପା ପରିଚୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୀପିକା । ଦୀପିକା ନିଜ ପୁଅ, ମାଆ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଆସି ମହିଳା କମିଶନରେ ହାଜର ହୋଇଛନ୍ତି ।
ଗତ କିଛି ଦିନ ପୂର୍ବରୁ ସ୍ତ୍ରୀର ମାନ୍ୟତା ଦାବିରେ ମହିଳା କମିଶନଙ୍କ ପାଖରେ ହାଜର ହୋଇ କରିଥିଲେ ଅଭିଯୋଗ । ଏବେ ପୁଅକୁ ବାପା ପରିଚୟ ମିଳିବା ଦାବିରେ କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ଗତ କିଛି ମାସ ହେବ ବ୍ରହ୍ମପୁରର ଦେଶୀବେହେରା ସାହିରେ ଶଶୁର ଘର ଆଗରେ ଧାରଣା ବସିିଛନ୍ତି ଦୀପିକା । ପ୍ରେମିକ ଘର ଆଗରେ ସ୍ତ୍ରୀ ଅଧିକାର ଦାବିରେ ଧାରଣା ଦେଇ ଆସୁଛନ୍ତି ଦୀପିକା । ସେପଟେ ପ୍ରେମିକ ଦିନେଶଙ୍କୁ ନୋଟିସ ହୋଇଥିଲେ ବି ସେ କମିଶନଙ୍କ ନିକଟରେ ହାଜର ହୋଇ ନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/47-1.jpg)