ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର : ଭୟଭୀତ ଉପକୂଳବାସୀ; କେନ୍ଦ୍ରାପଡ଼ା ରାଜନଗରରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲାଣି ଜୁଆର

ସେପଟେ ବାତ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ବ୍ୟବସ୍ଥା

339

କନକ ବ୍ୟୁରୋ : ବାତ୍ୟା ଆସିବା ଆଗରୁ ଆଖି ଦେଖାଇଲାଣି ସମୁଦ୍ର । ଲଘୁଚାପ ୱେଲ ମାର୍କରେ ପରିଣତ ହୋଇଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଲାଣି । କେନ୍ଦ୍ରାପଡା ରାଜନଗରରେ ସମୁଦ୍ର ଜୁଆର ପଥର ପ୍ୟାକିଂରେ ମାଡ କଲାଣି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆଜି ସକାଳୁ ଅଶାନ୍ତ ସମୁଦ୍ରକୁ ଦେଖି ଉପକୂଳବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ରାଜନଗର ପ୍ରଶାସନ ପକ୍ଷରୁ ପେଣ୍ଠ ଅଂଚଳବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି ।

ସେପଟେ ଉପକୂଳବର୍ତୀ ଭଦ୍ରକ ଜିଲ୍ଲାରେ ବି ବ୍ୟାପକ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ । ବାତ୍ୟା ସ୍ଥଳଭାଗ ମୁହାଁ ହେବା ସମୟରେ ଓଡିଶାର ଉପକୂଳବର୍ତୀ ଜିଲ୍ଲାରେ ପ୍ରଭାବ ଅନୁଭୁତ ହେବ । ସେହି ସମୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦେଶ ଦେବା ପରେ ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାଦୀ ଗତକାଲି ସଂଧ୍ୟାରେ ଭଦ୍ରକରେ ଅଗ୍ନଶମ ବିଭାଗର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ଭଦ୍ରକରେ ୨୧ଟି ଟିମ୍ ସଜାଗ ରହିବେ । ବାତ୍ୟା ସମୟରେ ଉଦ୍ଧାର, ରାସ୍ତା ସଫା କାମ କରିବେ ଅଗ୍ନିଶମ ବାହିନୀ । ତେହେ ସମୁଦ୍ର ଉପକୂଳ ଧାମରା, ବାସୁଦେବପୁର ଓ ଚାନ୍ଦବାଲି ଉପରେ ଫୋକସ ରହିବା ଅଗ୍ନିଶମ ଆଇଜି କହିଛନ୍ତି ।