କନକ ବ୍ୟୁରୋ: ଗରିବ ଆଦିବାସୀଙ୍କ ଥଇତାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହଛିିି । ହେଲେ ରାୟଗଡା ଜିଲ୍ଲା ସଦର ମହକୁମାରେ ରହୁଥିବା ବୃଦ୍ଧ ଦମ୍ପନ୍ତିଙ୍କ ନିକଟରେ ଆଜି ବି ପହଞ୍ଚି ପାରିନି ସରକାରୀ ଆବାସ । ତେଣୁ ଭଙ୍ଗା ଦଦରା କୁଡିଆରେ ଭାଗ୍ୟକୁ ଆଦରି ବଞ୍ଚିିବାକୁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପନ୍ତି ।

Advertisment

ଚାରିଖଣ୍ଡ କାଠ ଉପରେ ପଡିଛି କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ । କାନ୍ଥ କହିଲେ, ଭଙ୍ଗା ଆଜବେଷ୍ଟସ୍ ଓ ଚିରାଫଟା ଜରି । ଝରକା ନାହିଁ କି କବାଟ । ଆଉ ଏହାରି ଭିତରେ ବଞ୍ଚିିବାର ରାହା ଖୋଜୁଛନ୍ତି ବୃଦ୍ଧ ଦମ୍ପତି । ଡିଭିଜନ ଅଫିସ ନିର୍ମାଣ ଲାଗି ୭ ଦଶନ୍ଧି ଧରି ରହି ଆସୁଥିବା ଘରକୁ ଭାଙ୍ଗି ଦେଇଛି ରେଳ ବିଭାଗ । ଫଳରେ ପରିଣତ ବୟସରେ ବେସାହାରା ହୋଇପଡିନ୍ତି ୮୨ ବର୍ଷିୟ ଦାଶ କଣ୍ଡାଗରି ଓ ତାଙ୍କ ପତ୍ନୀ ୭୨ ବର୍ଷିୟ ତୁଳସୀ କଣ୍ଡାଗରି । ପକ୍କା ଘରଟିଏ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି ଏହି ବୃଦ୍ଧ ଦମ୍ପତି । ନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କରି ଆବଶ୍ୟକ କାଗଜପତ୍ର ଦେଇଛନ୍ତି । ହେଲେ ଘର ବଦଳରେ ମିଳିିଛି ଖାଲି ପ୍ରତିଶୃତି ।

ବୟସ ବେଳେ ଶଗଡ ଗାଡି ଚଲାଇ ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଚଳୁଥିଲା ଦାଶ କଣ୍ଡାଗରିଙ୍କ ସଂସାର । ରାୟଗଡା ୨୨ ନମ୍ବର ଓାର୍ଡ ମେଡିକାଲ କଲୋନିରେ ଝାଟିମାଟି କୁଡିଆ କରି ରହୁଥିଲେ । ଏହାରି ଭିତରେ ବଡ ପୁଅର ମୃତ୍ୟୁ ହୋଇ ସାରିଥିବା ବେଳେ ସାନ ପୁଅ ରୋଗଶଯ୍ୟାରେ ପଡିଛି । ଝିଅ ବି ବାହା ହୋଇଯାଇଛି । ପତ୍ନୀ ପରଘରେ ପାଇଟି କରି କିଛି ରୋଜଗାର କରୁଥିବା ବେଳେ ସରକାରୀ ସହାୟତା କହିଲେ ମୁଣ୍ଡ ପିଛା ୫ କେଜି ଚାଉଳ ଓ ୫ ଶହ ଟଙ୍କାର ଭତ୍ତା ମିଳୁଛି । ସେପଟେ ଏନେଇ ପ୍ରତିକ୍ରିୟା ରଖି ରାୟଗଡା ପୌରପରିଷଦ ଅଧକ୍ଷ୍ୟ କହିଛନ୍ତି, ତଦନ୍ତ କରି ଥଇଥାନ କରାଯିବ ।