ପୋଷ୍ଟମର୍ଟମ ପରେ ଉନ୍ନାଓ ନିଆଯିବ ଦୁଷ୍କର୍ମ ପୀଡିତାଙ୍କ ମୃତଦେହ । ଜୀବନ ସଂଘର୍ଷରେ ହାରିଯାଇ ଆଖି ବୁଜିଦେଲେ ପୀଡିତା । ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ

ସେପଟେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପ୍ରତିବାଦ

611

କନକ ବ୍ୟୁରୋ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯାଇଛି । ୩ଜଣିଆ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିଥିବା ବେଳେ ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଏହାପରେ ମୃତଦେହକୁ ଉନ୍ନାଓ ଅଭିମୁଖେ ଏକ ଆମ୍ବୁଲାନ୍ସରେ ନିଆଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ପୀଡିତା ବଂଚିବାକୁ ଚାହାନ୍ତି ବୋଲି ମୃତ୍ୟୁ ପୂର୍ବରୁ ତାଙ୍କ ଭାଇଙ୍କୁ କହିଥିଲେ । ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ମଧ୍ୟ ପୀଡିତା କହିଥିଲେ । ଉତରପ୍ରଦେଶ ଉନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ ସମେତ ୫ଜଣ । ଦୁଷ୍କର୍ମ ମାମଲାର ଶୁଣାଣୀ ପାଇଁ ପୀଡିତା କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ ତାର ୪ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ।

ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷେ୍ନø ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ପଠାଯାଇଥିଲା । ଡ଼ାକ୍ତରଙ୍କ ସୁଚନା ଅନୁସାରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁବୃର୍ତଙ୍କ ଆକ୍ରମଣରେ ପିଡୀତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲେ ମଧ୍ୟ ପୀଡ଼ିତା ପ୍ରାୟ ଏକ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ ଓ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ । ଏହା ସହ ପୀଡ଼ିତା ନିଜେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ । ପୀଡ଼ିତାଙ୍କ ଫୋନ କଲ ପାଇବା ପରେ ଆମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା । ଶେଷରେ ସେ ଜୀବନ ହାରିଛନ୍ତି ।

ସେପଟେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପ୍ରତିବାଦ । ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଘଟଣାର ପ୍ରତିବାଦ କରିଛନ୍ତି । ୟୁପି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ଅଖିଳେଶ ଯାଦବ । ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ । ବିଜେପି ସରକାର ଶାସନରେ ଏହା ଏପରି ପ୍ରଥମ ଘଟଣା ନୁହେଁ । ଏବଂ ଏହା ଏକ କଳା ଦିନ ବୋଲି କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୁଲିସ ଡିଜିଙ୍କ ଇସ୍ତଫା ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉନ୍ନାଓ ଗସ୍ତ କରିଛନ୍ତି । ଏହାସହ ସେ ଏକ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏବଂ ନାରୀ ନିର୍ଯାତନା ରୋକିବା ଦିଗରେ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।