ଆମେରିକାରେ ଉନ୍ମୁକ୍ତ ଚାନ୍ଦଙ୍କ ଦୁର୍ଦ୍ଦଶ ବ୍ୟାଟିଂ: ଗୋଟିଏ ଲିଗରେ ମାରିଛନ୍ତି ୧୦ ଛକା, ୩୦ ଚୌକା

1,034

କନକ ବ୍ୟୁରୋ: ଯେଉଁ ଖେଳାଳିକୁ ଦିନେ ପ୍ଲେଇଙ୍ଗ ଇଲେଭେନରେ ଖେଳିବାକୁ ସ୍ଥାନ ମିଳୁନଥିଲା, ଯେଉଁ ଖେଳାଳି ରଣଜୀର ଗୋଟିଏ ମ୍ୟାଚ ଖେଳିବାକୁ ବ୍ୟାକୁଳ ହେଉଥିଲେ, ଆଜି ସେହି ଖେଳାଳି ଆମେରିକାରେ ନିଜ କମାଲ ଦେଖାଇଛନ୍ତି । ଆମେରିକାର ମାଇନର କ୍ରିକେଟ ଲିଗର ସିଲିକନ ବେଲି ଷ୍ଟ୍ରାଇକର୍ସ ଟିମ ତରଫରୁ ଖେଳୁଛନ୍ତି ଉନ୍ମୁକ୍ତ ଚାନ୍ଦ ।

ଉନ୍ମୁକ୍ତ ଚାନ୍ଦ ଗୋଟିଏ ମ୍ୟାଚରେ ଦମଦାର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚାନ୍ଦ ୬୩ ବଲରୁ ୯୦ ରନ କରିଥିଲେ । ୧୦ ଚୌକା ଓ ୩ ଛକା ବଳରେ ସେ ଏହି ରନ କରିଥିଲେ । ତାଙ୍କ ସହ ୱେଷ୍ଟଇଣ୍ଡିଜର ଖେଳାଳି ନରସିଂହ ଦେବନାରାୟଣ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଏହି ଲିଗରେ ୮ ମ୍ୟାଚ ଖେଳି ୩୦୪ ରନ କରିଛନ୍ତି ଉନ୍ମକ୍ତ ଚାନ୍ଦ । ତାଙ୍କ ବ୍ୟାଟରୁ ମୋଟ ୧୦ଟି ଛକା ୩୦ଟି ଚୌକା ଦେଖିବାକୁ ମିଳିଛି । ଏହି ଲିଗରେ ତାଙ୍କ ଷ୍ଟ୍ରାଇକ ରେଟ ୧୧୩ରୁ ଅଧିକ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ୯୦ ରନ ତାଙ୍କର ବେଷ୍ଟ ସ୍କୋର ରହିଛି ।

ଏହି ୨୮ ବର୍ଷିୟ କ୍ରିକେଟର ନିକଟରେ ଭାରତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଉନ୍ମକ୍ତଙ୍କ ଅଧିନାକତ୍ୱରେ ଭାରତ ୨୦୧୨ରେ ଅଣ୍ଡର ୧୯ ବିଶ୍ୱକପରେ ବିଜୟୀ ହୋଇଥିଲା । ସେହିପରି ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଖେଳିସାରିଛନ୍ତି ଚାନ୍ଦ ।