କନକ ବ୍ୟୁରୋ : ଅବିବାହିତ ଝିଅ ବାପାଙ୍କ ଠାରୁ ବିବାହ ଖର୍ଚ୍ଚ ପାଇବାର ଅଧିକାର ରଖିଛନ୍ତି । ସଂପୃକ୍ତ ଅବିବାହିତ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି । ନିଜ ବାପାଙ୍କ ଠାରୁ ଆବଶ୍ୟକ ଖର୍ଚ ପାଇବାର ଅଧିକାର ରହିଛି ବୋଲି କେରଳ ହାଇକୋର୍ଟ ଏକ ରାୟ ଦେଇଛନ୍ତି । ମଙ୍ଗଳବାର ଏହି ରାୟ ଆସିଛି । ଜଣେ ଖ୍ରୀଷ୍ଟିୟାନ ଝିଅ ନିଜ ବାପାଙ୍କ ଅସ୍ଥାବର ସମ୍ପତି ଏବଂ ସେଥିରୁ ଲାଭ ପାଇବାର ଅଧିକାର ଅଛି କି ବୋଲି ପ୍ରଶ୍ନ କରିଥିଲେ ।

Advertisment

ଏହାପରେ କୋର୍ଟ ଏହି ରାୟ ଦେଇଛନ୍ତି । ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ଧର୍ମ ନିର୍ବିଶେଷରେ ଏହା ପ୍ରତ୍ୟେକ ଅବିବାହିତ ଝିଅର ଅଧିକାର । ଅବିବାହିତା ଝିଅର ବାପାଙ୍କ ସହ ବିବାହର ଖର୍ଚ୍ଚ ବହନ କରିବାର ଆଇନଗତ ଅଧିକାର ରହିଛି । ମା'ଙ୍କ ସହ ରହୁଥିବା ଦୁଇ ଝିଅଙ୍କ ଆବେଦନକୁ ବିଚାର କରି କୋର୍ଟ ଏହି ପ୍ରଶ୍ନକୁ ବିଚାରକୁ ନେଇଛନ୍ତି । କାରଣ ତାଙ୍କ ଓ ଉତରଦାତାଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ବିଗିଡ଼ି ଯାଇଥିଲା ।