ସାରା ରାଜ୍ୟରେ ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା ? ଆଜି ଘୋଷଣା କରିବେ ସରକାର; ଜାଣନ୍ତୁ କିଭଳି ରହିପାରେ ଅନଲକ ପ୍ରକ୍ରିୟା 

368

କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ତୃତୀୟ ଫେଜ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଏ ନେଇ ଆଜି ଘୋଷଣା କରିବେ ସରକାର ।

ଯଦିଓ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ, କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ । ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା ରହିଛି । ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ବଳବତର ରହିପାରେ ।  ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମ ସେହି ଜିଲ୍ଲାଗୁଡିକରେ କଟକଣାକୁ ଅଧିକ କୋହଳ କରାଯାଇପାରେ । ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର. ପୁରୀ ଓ ଭଦ୍ରକ ଭଳି ଜିଲ୍ଲା, ଯେଉଁଠି ଅଧିକ ସଂକ୍ରମଣ ହାର ରହିଛି ସେଠାରେ କଟକଣା ଅଧିକ ରହିପାରେ  ।

ଜାଣନ୍ତୁ କିଭଳି ରହିପାରେ ଅନଲକ ପ୍ରକ୍ରିୟା –

– ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ରହିପାରେ
– ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା
– ଦୋକାନବଜାର ସନ୍ଧ୍ୟା ୫ କିମ୍ବା ରାତି ୮ ଟା ଯାଏଁ ଖୋଲା ରହିପାରେ
– ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ରହିପାରେ
– ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ
– ବାହାଘର ଓ ଅନ୍ତିମ ସଂସ୍କାର କଟକଣା ପୂର୍ବଭଳି ରହିପାରେ
– ସମାବେଶ ଓ ଲୋକଙ୍କ ସମାଗମ ଉପରେ କଟକଣା ସମ୍ଭାବନା ଅଧିକ
– ସଂକ୍ରମଣ ହାର କମ ଥିବା ଜିଲ୍ଲାଗୁଡିକରେ କଟକଣା ଅଧିକ କୋହଳ ସମ୍ଭାବନା