କନକ ବ୍ୟୁରୋ: କୋରାପୁଟ, ରାୟଗଡା, ବୈପାରୀଗୁଡାରେ କୋକୁଆ ଭୟ ସୃଷ୍ଟି କରିଛି ଅଜଣା ରୋଗ । ଝାଡାବାନ୍ତି ସହ ଜ୍ୱରରେ ସପ୍ତାହକରେ ୩ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଏକାଧିକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିରେ ଗଳା ଦରଜ ହେବା ସହ ଜ୍ୱରର ଲକ୍ଷଣ ଦେଖାଯାଉଛି । ଏହାକୁ ନେଇ ଆଦିବାସୀ ଅଧ୍ୟୁଷିତ ଇଲାକାରେ କୋକୁଆ ଭୟ ଦେଖାଦେଇଛି ।

Advertisment

ଅନ୍ୟପଟେ ଏହାକୁ ନେଇ ଭୟର କୌଣସି କାରଣ ନାହିଁ ବରଂ ଏଥିପାଇଁ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର । ତେବେ ଆକ୍ରାନ୍ତଙ୍କ ସ୍ୱାବ ସହ ରକ୍ତ ନମୂନା ପରୀକ୍ଷା କରିବା ପରେ ସଠିକ୍ କାରଣ ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।