କନକ ବ୍ୟୁରୋ: ପୁଣି ଅଜଣା ଜନ୍ତୁ ଆତଙ୍କ । ଗାଁରେ ଖେଳିଯାଇଛି ଆତଙ୍କ । ଅଜଣା ଜନ୍ତୁ ମାରିଚାଲିଛି ଗୋଟିଏ ପରେ ଗୋଟିଏ ଜୀବ । କେନ୍ଦ୍ରାପଡା କଳାଗଡ ଗାଁରେ ଅଜଣା ଜନ୍ତୁ ପଶି ଏହି ଆତଙ୍କ ଖେଳାଇ ଚାଲିଛି । ଶନିବାର ରାତିରେ ଗାଁରେ ୩୫ରୁ ଅଧିକ ମେଣ୍ଡା ମାରିଦେଇଥିବା କହିଛନ୍ତି ଗାଁର ଲୋକେ । ମେଣ୍ଢା ଗୁଡିକୁ ତଂଟି କଣାକରି ଅତି ଦୟନୀୟ ଭାବେ ମାରିଛି ଜନ୍ତୁ  । ଗାଁର କିଛି ପରିବାର ଏହି ପାଳିତ ଜନ୍ତୁ ଦ୍ୱାରା ପରିବର ପୋଷଣ କରିଥାନ୍ତି । ହେଲେ ଏହି ଜନ୍ତୁ ଗାଁରେ ପଶି ଜଣଙ୍କର ପ୍ରାୟ ୩୫ରୁ ଅଧିକ ମେଣ୍ଢା ମାରିପକାଇଛି । ଯାହାକୁ ନେଇ ଗାଁର ଲୋକଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ସେହିଭଳି ଖବର ପାଇ ଘଟଣାସ୍ଥଳରେ ପଶୁ ବିଭାଗର କର୍ମଚାରୀ ମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisment