କଳିଯୁଗରେ ହେଲା ସ୍ୱୟଂବର । ଶିବଙ୍କ ଧନୁଷ ଭାଙ୍ଗି କନ୍ୟାଙ୍କ ମନ ଜିଣିଲେ ବର ।

1,542

କନକ ବ୍ୟୁରୋ : ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାମାୟଣ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ପ୍ରଭୁ ରାମଙ୍କ ସ୍ୱୟଂବର କାହାଣୀ ମଧ୍ୟ ଆପଣ ଜାଣିଥିବେ । କେମିତି ଶିବଙ୍କ ଧନୁଷ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ ପ୍ରଭୁ ଶ୍ରୀରାମ । ତେବେ କଳିଯୁଗରେ ଦେଖିବାକୁ ମିଳିଛି ରାମାୟଣ ଭଳି ସତ କାହାଣୀ । ଯେଉଁଠି ବର ସାଜିଥିବା ଜଣେ ଯୁବକଙ୍କ ସ୍ୱୟଂବର ଆୟୋଜନ କରାଯାଇଥିଲା ।

ବିହାରର ସାରଣରେ ଦେଖିବାକୁ ମିଳିଥିଲା ଏଭଳି ନିଆରା ଘଟଣା । ବର ପ୍ରଥମେ ଶିବଙ୍କ ଧନୁଷ ଭାଙ୍ଗିଥିଲେ, ଆଉ ଏହା ପରେ କନ୍ୟା ବରଙ୍କୁ ବରମାଳା ପିନ୍ଧାଇଥିଲେ । ଏହି ବାହାଘର ଦେଖି ଲୋକମାନଙ୍କୁ ରାମାୟଣ କଥା ମନେପଡିଥିଲା । ଏବଂ ତାଳିରେ ଦୁଲୁକି ପଡିଥିଲା ପୂରା ଅଂଚଳ । ତେବେ ଏହି ବାହାଘରକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ବିହାରର ଏହି ନିଆରା ବାହାଘରରେ ବର ପ୍ରଥମେ ଶିବ ଧନୁଷ ଭାଙ୍ଗିବାର ପରମ୍ପରା ନିଭାଇଥିଲେ । ଏହା ପରେ ବରମାଳା ପକାଇବା ସହ ରୀତିନୀତି ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା । ତେବେ ବରମାଳା ପଡିବା ପରେ ବରକନ୍ୟାଙ୍କ ଉପରେ ଫୁଲର ବର୍ଷା ହୋଇଥିଲା ।