ଜଳ କୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସିଫାରେ ବୁଲି ଦେଖିଲେ ଗବେଷଣାତ୍ମକ କାର୍ଯ୍ୟକ୍ଷେତ୍ର

60

କନକ ବ୍ୟୁରୋ : ପୁରୀ ଜିଲ୍ଲା କୌଶଲ୍ୟାଗଙ୍ଗନିକଟରେ ଥିବା ସିଫାକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜଳ କୃଷି ଗବେଷଣା କେନ୍ଦ୍ରକୁ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ସିଫାର କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଆ ଭାଷାରେ ୧୬ ଗୋଟି ଜନପ୍ରିୟ ପ୍ରଯୁକ୍ତି କୌଶଳର ପ୍ରତ୍ରିକା ଉନ୍ମଚନ କରିଥିଲେ ।

ମାନ୍ୟବର ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ ଅଭ୍ୟନ୍ତରୀଣ ମତ୍ସଚାଷ ବିଭାରଗର ଯୁଗ୍ମ ସଚିବ ଶ୍ରୀ ସାଗର ମେହେରା, ସାମୁଦ୍ରିକ ମତ୍ସଚାଷ ବିଭାଗର ଯୁଗ୍ମ ସଚିବ ଡ଼କ୍ଟର ଜେ ବାଲିଜି ଆଇଏଏସ, ସିଫା ନିର୍ଦ୍ଦେଶକ ସରୋଜ କୁମାର ସ୍ୱାଇଁ, ଓଡ଼ିଶା କୃଷି ବିଦ୍ୟାଳୟର କୁଳପତି ଡ଼କ୍ଟର ପିକେ ଅଗ୍ରୱାଲ ଉପସ୍ଥିତ ଥିଲେ ।