ବିଜେପି ଲେଖୁଛି କି ଭାରତର ନୂଆ ଇତିହାସ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ରଖିଛନ୍ତି ଉତ୍ତର

616

କନକ ବ୍ୟୁରୋ: ଭାରତର ନୂଆ ଇତିହାସ ଲେଖାହେବ କି ? ଏ ପ୍ରଶ୍ନର ଉତରରେ ଦୁଇ ପ୍ରକାରର ମତ ସାମ୍ନାକୁ ଆସେ । ବିଜେପି ମତରେ ଇତିହାସରେ ଅନେକ ଲୋକଙ୍କୁ ଜାଣି ଶୁଣି ଲୁଚାଇ ଦିଆଯାଇଛି । କଂଗ୍ରେସ ସରକାର ଇତିହାସ ବହିରେ ଅନେକ ଲୋକଙ୍କୁ ଜାଣିଶୁଣି ସ୍ଥାନ ଦେଇନାହିଁ । ବିରୋଧୀଙ୍କ ମତରେ ସଂଘ ଓ ବିଜେପି ଭାରତର ଇତିହାସ ଓ ସ୍ଥାନ ଗୁଡିକର ନାଁ ପରିବର୍ତନ କରି ନୂଆ ଇତିହାସ ଲେଖିବାକୁ ଚେଷ୍ଟା କରୁଛି । ଆଇସିଏଚଆର ବା ଇଣ୍ଡିଆନ କାଉନ୍ସିଲ ଅଫ ହିଷ୍ଟୋରିକ ରିସର୍ଚ୍ଚ ନୂଆ ଇତିହାସ ଲେଖିବା ପାଇଁ ପ୍ରକଳ୍ପ ଆଣୁଛି ବୋଲି ଚର୍ଚ୍ଚା ମଧ୍ୟରେ ସଂସଦରେ ଏହା ଉପରେ ଉତର ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଆଇସିଏଚଆର ଇତିହାସର ପୁନର୍ଲିଖନ ନୁହେଁ, ଇତିହାସକୁ ବ୍ୟାପକ କରୁଛି । ଅର୍ଥାତ ଇତିହାସର ଯେଉଁ ପୃଷ୍ଠା ଲୋକଙ୍କ ପାଖକୁ ପହଂଚି ପାରିନାହିଁ, ତାକୁ ଇତିହାସରେ ସ୍ଥାନ ଦିଆଯିବ । ତେବେ ସଂସଦରେ କଣ କହିଲେ ଧର୍ମେନ୍ଦ୍ର ତା ଉପରେ ନଜର ପକାଇବା ।

ସଂସଦରେ ସାଂସଦ ଶ୍ରୀ ସୁବାରାୟନ ପଚାରିଥିବା ପ୍ରଶ୍ନ
ଦେଶର ଇତିହାସର ପୂନର୍ଲିଖନ କରୁଛନ୍ତି କି କେନ୍ଦ୍ରସରକାର?
ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଇତିହାସ ସମ୍ପର୍କିତ ନୂଆ ପ୍ରକଳ୍ପ ଆରମ୍ଭ କରିବେ କେନ୍ଦ୍ରସରକାର
ଇତିହାସର ପୁନର୍ଲିଖନ ନୁହେଁ ଇତିହାସକୁ ବ୍ୟାପକ କରିବେ ସରକାର
ଇତିହାସର ଅନେକ ପୃଷ୍ଠାକୁ ପୂର୍ବରୁ ଇତିହାସରେ ରଖାଯାଇନାହିଁ
ଭାରତୀୟଙ୍କ ପାଖରେ ଏ ସବୁ କାହାଣୀ ପହଂଚିବାର ଆବଶ୍ୟକତା ରହିଛି
ମାନଗଡର କାହଣୀ କହିଲେ ଧର୍ମେନ୍ଦ୍ର
୧୯୧୩ରେ ଗୋବିନ୍ଦଗୁରୁଙ୍କ ନେତୃତ୍ୱରେ ଶହିଦ ହୋଇଥିଲେ ଦେଢ଼ ହଜାର ସ୍ୱାଧୀନତା ସଂଗ୍ରାମୀ
ଏ କାହାଣୀ ଇତିହାସ ପୃଷ୍ଠାରେ ନାହିଁ
ଆଲୁରି ସୀତାରାମ ରାଜୁରୀଙ୍କ କଥା ଲୋକଙ୍କ ପାଖରେ ପହଂଚିବା ଦରକାର
ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ୧୮୧୭ରେ ଅନେକ ଓଡିଆ ପାଇକ ନିଜ ଜୀବନ ଦେଇଥିଲେ
ଏହା ଦେଶର ପ୍ରଥମ ସ୍ୱାଧୀନତାସଂଗ୍ରାମ
ଏହାକୁ ଇତିହାସରେ ଲେଖାଯାଇନାହିଁ
ଦେଶ ୨୦୦ ନୁହେଁ ୧୧୦୦ରୁ ୧୨୦୦ ବର୍ଷ ପୂର୍ବରୁ ପରାଧୀନ
ଏତେ ବର୍ଷ ମଧ୍ୟରେ ଅନେକ ଲୋକ ଦେଶର ସଂସ୍କୃତି ବଂଚେଇବା ପାଇଁ ଅନେକ କାମ କରିଛନ୍ତି
ଏ ସବୁ ଇତିହାସର ପୃଷ୍ଠାରେ ରହିବା ଦରକାର
ଆଇସିଏଚଆର କେବଳ ଇତିହାସରେ ନୂଆ ବିଷୟକୁ ସଂଯୋଗ କରୁଛି
ଇତିହାସରେ ସରଳରେଖା ଟାଣିବାକୁ ଚେଷ୍ଟା କରୁଛି