ୟୁନିୟନ ବ୍ୟାଙ୍କରେ ଥିବା ସରକାରୀ ଖାତାରୁ ଟଙ୍କା ଗାଏବ : କୋଟି କୋଟି ଟଙ୍କା ହଡପ ନେଇ ବାଲିକୁଦା ଥାନାରେ ଅଭିଯୋଗ

111

କନକ ବ୍ୟୁରୋ : ସରକାରୀ ଖାତାରୁ କୋଟି କୋଟି ଟଙ୍କା ଗାଏବ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅରିଲୋ ପଂଚାୟତ ସଦେଇପୁର ବଜାରରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଥିବା ବାଲିକୁଦା ବ୍ଲକ ଆକାଂଟରୁ ଟଙ୍କା ଗାଏବ ହୋଇଛି । ବର୍ତମାନର ବିଡିଓ ଏନେଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି ।

ସେପଟେ ଯେଉଁ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମୟରେ ଟଙ୍କା ଗାଏବ ହୋଇଛି, ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେଳେଙ୍କାରୀ ବାବୁଙ୍କ ଖୋଜା ଚାଲିଛି । ବ୍ୟାଙ୍କ୍ ସ୍ତରରେ ଅଡିଟ୍ କରାଯାଉଥିବା ବେଳେ ଜିଲ୍ଲାପାଳ ଏହି ହରିଲୁଟ୍ ଘଟଣା ପରସରକୁ ଆସୁଥିବା ସମସ୍ତ ସରକାରୀ ବାବୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।