ପଦ୍ମପୁରରେ ଚାଷୀ ସମାବେଶ ପାଇଁ ବିଜେପିର ବଡ଼ ଯୋଜନା: ଯୋଗ ଦେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

144

କନକ ବ୍ୟୁରୋ: ପଦ୍ମପୁର ପାଇଁ ବିଜେପିର ବଡ଼ ପ୍ଲାନ । ଚାଷୀ ପ୍ରସଙ୍ଗକୁ ନେଇ ବଡ଼ ରାଜନୀତି ଚାଲିଥିବା ବେଳେ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରକୁ ଆସି ପ୍ରଚାର କରିବେ । ସେହିପରି ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ ସରକାର କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରେଳ ପ୍ରସଙ୍ଗ ଉପରେ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପଦ୍ମପୁର ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଆସନ୍ତା ୨୭ ତାରିଖ ପାଇକମାଳ ଓ ପଦ୍ମପୁର ବ୍ଲକରେ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ସେହିପରି ୨୬ ତାରିଖରେ ଝାରବନ୍ଧ ବ୍ଲକରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ତେବେ ବିଜେପିର ଏହି ରଣନୀତି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।