ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଉଠିଲା ଉଠା ଦୋକାନ : ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପରେ ପୋଲିସର ପଦକ୍ଷେପ

146

କନକ ବ୍ୟୁରୋ : ନିଶା କାରବାରକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଗ୍ୟାଙ୍ଗୱାର ପରେ ପୋଲିସର ପଦକ୍ଷେପ ଆରମ୍ଭ । ଛକରୁ ଉଠିଲା ସମସ୍ତ ଉଠା ଦୋକାନ । ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଂଚଳକୁ ଅବରୋଧ ମୁକ୍ତ କରିବାକୁ ଚାହୁଁଛି ପୋଲିସ । ସେହି କ୍ରମରେ ପ୍ରଥମେ ଏଠାରେ ଥିବା ଉଠାଦୋକାନୀଙ୍କୁ ଖାଲି କରାଯିବ ।

ଗତକାଲି ହଠାତ୍ ମାଷ୍ଟରକ୍ୟାଂଟିନ ଛକରେ ଯୁବକଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣୁଥିଲେ ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଖଣ୍ଡାରେ ମାରିଚାଲିଥିଲେ ଚୋଟ ପରେ ଚୋଟ । ମାଷ୍ଟରକ୍ୟାଂଟିନ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ପ୍ରାୟ ୧୫ ମିନିଟ କାଳ ଏଭଳି ଆତଙ୍କରାଜ ଚାଲିଥିଲା । ମାଷ୍ଟରକ୍ୟାଂଟିନ ଗ୍ୟାଙ୍ଗୱାରରେ ୩ ଜଣ ଆହତ ହୋଇଛନ୍ତି । ସବୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ସିସିଟିଭିକୁ ତନ୍ନ ତନ୍ନ ଯାଂଚ କରାଯାଉଛି । ନିଶା କାରବାରକୁ ନେଇ ଯୁକ୍ତିତର୍କ ପରେ ହଠାତ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସନ୍ଦେହ କରୁଛି ପୁଲିସ ।