କନକ ବ୍ୟୁରୋ : କଟକରେ ଫୁଟିଲା ଗୁଳି । ମତଗଜପୁର ଷ୍ଟେସନ ନିକଟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରି ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକ ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୪ ଦୁର୍ବୃତ୍ତ ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।