କେନ୍ଦୁଝର : ଡାକ୍ତରଖାନାର ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ପିଇବା ପାଣିର ଅଭାବ

20

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା । ରାତି ପାହିଲେ ଏହି ଡାକ୍ତରଖାନାକୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ତେବେ ଏହି ଡାକ୍ତରଖାନାର ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ପିଇବା ପାଣିର ଅଭାବ ଯୋଗୁଁ ରୋଗୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଫଳରେ ଲୋକମାନେ ବାହାରୁ ପାଣି କିଣିକି ପିଉଛନ୍ତି ।

ଡାକ୍ତରଖାନାର ଅସ୍ୱାସ୍ଥ୍ୟକର ପରିବେଶ ନେଇ ରୋଗୀ କଲ୍ୟାଣ ସମିତ ଉଦବେଗ ପ୍ରକାଶ କରିଛି । ସେପଟେ ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ । ମେଡିକାଲରେ କେବଳ ପାନୀୟ ଜଳର ଅଭାବ ନୁହେଁ, ବିଭିନ୍ନ ସମସ୍ୟା ଦେଖାଦେଇଥିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।