କନକ ବ୍ୟୁରୋ : ଡିଜିଟାଲ୍ ଯୁଗରେ ଆଜିକାଲି ସୋସିଆଲ୍ ମିଡିଆରେ ଆପଣମାନେ ଅନେକ କିଛି ଭାଇରାଲ୍ ହେଉଥିବା ଦେଖିଥିବେ ।ଅନେକ ସମୟରେ ଆପଣଙ୍କ ପ୍ରିୟ ସେଲିବ୍ରିଟି ମାନଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଆପଣ ଦେଖିଥିବେ । ଆପଣମାନେ ଅନେକ ସେଲିବ୍ରିଟି ମାନଙ୍କ ଛୋଟ ବେଳର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାର ଦେଖିଥିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ସୋସିଆଲ୍ ମିଡିଆରେ ଅନେକ ହିରୋ ହିରୋଇନ୍ଙ୍କ ପିଲାବେଳର ଫଟୋ ଦେଖିଥିବେ । ଏହି ଫଟୋ ଗୁଡିକରେ ଅନେକ ଲାଇକ୍ ସହ କମେଣ୍ଟ ମଧ୍ୟ ଆସିଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ବଲିଓଡର ଭେଟେରାନ ଗାୟକଙ୍କ ପିଲାବେଳର ଫଟୋ ଦେଖାଇବୁ, ସେ କୌଣସି ହିରୋ କିମ୍ବା ହିରୋଇନ୍ ନୁହନ୍ତି । ହେଲେ କଳା ଏବଂ ଧଳା ଫଟୋରେ ଦେଖାଯାଉଥିବା ଏହି ଛୋଟ ଝିଅଟି କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ସୁମଧୁର କଣ୍ଠ ପାଇଁ ସେ ସମଗ୍ର ବିଶ୍ୱ ପ୍ରସିଦ୍ଧ । ଯଦିଓ ସେ ଆଉ ଆମ ସହ ନାହାନ୍ତି , ମାତ୍ର ତାଙ୍କର ଗୀତ ଗୁଡିକ ଚିର ଅମର ହୋଇ ରହିବ । ସେ ସ୍ୱର କୋକିଳା ନାମରେ ମଧ୍ୟ ବେଶ୍ ଜଣାଶୁଣା । ଆପଣ ନିଶ୍ଚୟ ଜାଣିପାରୁଥିବେ ଏହି ଫଟୋ ରେ ଥିବା କୁନି ଝିଅ ଯାହାଙ୍କ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ।

Advertisment

ଏହି ଫଟୋରେ ଦେଖାଯାଉଥିବା କୁନି ଝିଅଟି ଆଉ କେହି ନୁହନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେଶକର । ଏହି ଫଟୋରେ ଆପଣମାନେ ଦେଖିପାରୁଥିବେ ଲତା ମଙ୍ଗେଶକର କେତେ ସୁନ୍ଦର ଦେଖାଯାଉଛନ୍ତି । ୧୯୨୯ ମସିହା ସେପ୍ଟେମ୍ବର ୨୮ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେଶକର । ପିଲାଟି ଦିନରୁ ସଙ୍ଗୀତ ପ୍ରତି ଥିବା ଭଲପାଇବା ତାଙ୍କୁ ସମଗ୍ର ବିଶ୍ୱରେ ବେଶ୍ ପରିଚିତ କରାଇଥିଲା । ୧୩ବର୍ଷ ବୟସରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ ଲତା ମଙ୍ଗେଶକର । ୧୯୪୨ ମସିହା ମରାଠୀ ଫିଲ୍ମ ‘ପହଲୀ ମଙ୍ଗଲାଗୌର’ରେ ପ୍ରଥମ ଥର ପାଇଁ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୪୭ ମସିହାରେ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ‘ଆପକି ସେବା’ ମାଧ୍ୟମରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଡେବ୍ୟୁ କରିଥିଲେ । ଦୀର୍ଘ ୮୦ବର୍ଷ ଗୀତ କ୍ୟାରିଅର, ସେ ୩୬ଟି ଭାଷାରେ ୫୦ହଜାରରୁ ଅଧିକ ଗୀତ ଗାଇଥିଲେ ।

ସଙ୍ଗୀତରେ କ୍ୟାରିଅର୍ ଏହାସହ ସାନ ଭାଇଭଉଣୀଙ୍କ ଦାୟିତ୍ୱ ହେତୁ ଲତା ମଙ୍ଗେଶକର କେବେ ବିବାହ କରିନଥିଲେ ।ଏକ ସାକ୍ଷାତକାରରେ ଲତା ମଙ୍ଗେଶକରଙ୍କ ଭଉଣୀ ମୀନାଟାଇ ମଙ୍ଗେଶକର କହିଛନ୍ତି ଯେ, ଲତାଙ୍କ ପାଖରେ ସବୁକିଛି ଥିଲା କିନ୍ତୁ ଆମେ ମାନେ ମଧ୍ୟ ତାଙ୍କ ସହ ଥିଲୁ । ପରିବାରର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ କେବେ ବି ବିବାହ କରିଲେ ନାହିଁ । ବିବାହ କରିଥିଲେ ସେ ପରିବାରଠାରୁ ଦୁରେଇ ଯାଇଥାନ୍ତେ । ସେ ଏପରି କରିବାକୁ କେବେ ଚାହୁଁନଥିଲେ । ସେଥିପାଇଁ ଦିଦି କେବେ ବିବାହ କରିନଥିଲେ । ପରିବାର ଏବଂ ସଙ୍ଗୀତ ପାଇଁ ନିଜ ଜୀବନକୁ ତ୍ୟାଗ କରିଥିବା ଲତା ମଙ୍ଗେଶକର ୯୨ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।