ପାକିସ୍ତାନରେ ଦ୍ୱିତୀୟ ବିବାହ କରିଛି ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ । ପ୍ରଥମ ପତ୍ନୀଙ୍କୁ ଦେଇଛି ତଲାକ୍ !

174

କନକ ବ୍ୟୁରୋ: ଦ୍ୱିତୀୟ ବିବାହ କରିସାରିଛି ଅଣ୍ଡରୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ । ପାକିସ୍ତାନରେ ଦାଉଦ୍ ଇବ୍ରାହିମ୍ ଦ୍ୱିତୀୟ ବିବାହ କରିସାରିିଥିବା ସୂଚନା ମିଳିଛି । ତେବେ ଦାଉଦର ଦ୍ୱିତୀୟ ପତ୍ନୀ ପାକିସ୍ତାନର ଜଣେ ମୁସଲିମ୍ ପରିବାରର ବୋଲି କୁହାଯାଉଛି । ଏ ଘଟଣା ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସାମ୍ନାରେ ବୟାନ ରଖି ଖୁଲାସା କରିଛି ଦାଉଦର ଭଉଣୀ ହସିନା ପାରକରର ପୁଅ । ତେବେ ଯାଞ୍ଚ ଏଜେନ୍ସି କିଛି ଦିନ ତଳେ ଦାଉଦ୍ ଇବ୍ରାହିମର ଟେରର ନେଟୱାର୍କକୁ ଧରିବା ପାଇଁ ବିଭିନ୍ନ ଜାଗାରେ ରେଡ୍ କରିଥିଲା । ଏହି ରେଡ୍ ସମୟରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ତେବେ ଏହି ସମୟରେ ହସିନା ପାରକରର ପୁଅ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ଏହି ବଡ ସୂଚନା ଦେଇଛି ।

ହସିନା ପାରକରର ପୁଅ ଅଲିଶାହାର କହିବା ମୁତାବକ , ମାମୁ ଦାଉଦ୍ ଇବ୍ରାହିମ୍ ପାକିସ୍ତାନରେ ଦ୍ୱିତୀୟ ବିବାହ କରିସାରିଛନ୍ତି । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘର ପାକିସ୍ତାନରେ ହୋଇଥିବାବେଳେ, ସେ ପଠାନ୍ ପରିବାରରୁ ଆସନ୍ତି । ତେବେ ଦ୍ୱିତୀୟ ବିବାହ ସହିତ ଦାଉଦ୍ ତାଙ୍କ ପ୍ରଥମ ପତ୍ନୀଙ୍କୁ ତଲାକ୍ ଦେଇଥିବା ମଧ୍ୟ ସୂଚନା ମିଳିଛି । ହେଲେ ଏହି କଥାକୁ ଅଲିଶାହା ମିଛ ବୋଲି କହିଛି । ଏଜେନ୍ସିର ସୂତ୍ରରୁ ମିଳିଥିବା ଖବର ମୁତାବକ, ଦାଉଦର ଦ୍ୱିତୀୟ ବିବାହ ଏକ ଚାଲ ବି ହୋଇପାରେ । ଏପରି କରି ଅଣ୍ଡର ୱାଲ୍ଡ ଡନ୍ ନିଜ ପ୍ରଥମ ପତ୍ନୀ ଉପରେ ଯାଞ୍ଚ ଏଜେନ୍ସିର ନଜର ହଟାଇବାକୁ ଚେଷ୍ଟା କରିଥାଇପାରେ । ହେଲେ ଏପରି ସ୍ଥିତିରେ ଏହି ଘଟଣା କେତେ ସତ ଏବଂ କେତେ ମିଛ ସେନେଇ ସୂଚନା ମିଳିପାରିନାହିଁ ।