ଏନଆଇଟି ଓଡିଆ ଛାତ୍ରଙ୍କ କମାଲ । ତିଆରି କଲେ ‘ଅଣ୍ଡର ୱାଟର ରୋବଟ’

84

କନକ ବ୍ୟୁରୋ : ଏନଆଇଟି ଓଡ଼ିଆ ଛାତ୍ରଙ୍କ କମାଲ । ଗବେଷଣା ଓ ନିଜସ୍ୱ ଜ୍ଞାନ କୌଶଳରେ ଅଣ୍ଡର ୱାଟର ରୋବଟ ତିଆରି କରିଛନ୍ତି ରାଉରକେଲା ଏନଆଇଟିର ଏକ ୧୪ ଜଣିଆ ଟିମ୍ । ଅତ୍ୟାଧୁନିକ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଅଣ୍ଡର ୱାଟର ରୋବଟ କିଭଳି ପାଣି ଭିତରକୁ ଯାଇ ଅନୁସନ୍ଧାନ କରିବାରେ ସକ୍ଷମ ହେଉଛି ତାହା ଦେଖିବାକୁ ମିଳିଛି । ଏହି ୧୪ଜଣିଆ ଟିମରେ ପୂର୍ବତନ ଛାତ୍ର, ଏବେ ପାଠପଢୁଥିବା ଛାତ୍ର ଏବଂ କିଛି ଗବେଷଣା କରୁଥିବା ଛାତ୍ର ସାମିଲ ଅଛନ୍ତି । ୨୦୧୪ରେ ୫ଜଣ ଛାତ୍ରଙ୍କୁ ନେଇ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହା ଉପରେ ଦୀର୍ଘ ଗବେଷଣା କରାଯାଇ ଷ୍ଟାର୍ଟଅପ୍ କମ୍ପାନୀ କୋରାସିଆ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼ ମାଧ୍ୟମରେ ଏହାର ଚୁଡ଼ାନ୍ତୁ ରୂପରେଖ ପ୍ରସ୍ତୁତ ହୋଇଛି । ଯାହାକି ଦେଶ ବିଦେଶରେ ଆଦୃତ ହେବା ସହ ପୁରସ୍କୃତ ମଧ୍ୟ ହୋଇଛି । ଏହି ଅଣ୍ଡର ୱାଟର ରୋବର୍ଟ ପାଇଁ ଗବେଷଣା ଓ ପ୍ରସ୍ତୁତିରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହି ଅଣ୍ଡର ୱାଟର ରୋବଟ ରେଷ୍ଟେରିଓ ମ୍ୟାପିଂ ଓ ୩୬୦ ଡିଗ୍ରୀ କ୍ୟାମେରା ସହିତ ଲିଥିୟମ ପଲିମର ବ୍ୟାଟେରୀ, ଗଭୀର ଜଳ ଭିତରେ ଶଦ୍ଦ, ତରଙ୍ଗ, ଦିଗ, ବେଗ ଓ ସ୍ଥାନ ନିରୁପଣ ପାଇଁ କ୍ଷମତା ସମ୍ପନ୍ନ ଆଇଏମୟୁ ତଥା ଡିଭିଏଲ ୟୁନିଟ୍ ସ୍ଥାପନ କରାଯାଇଛି ।