ଅକ୍ଷୟ କୁମାରଙ୍କୁ WWE ସୁପରଷ୍ଟାର ଅଣ୍ଡରଟେକରଙ୍କ ଫାଇଟିଂ ଚ୍ୟାଲେଞ୍ଜ । ରେସଲିଂ ମୈଦାନରେ ସତ ଲଢେଇ ପାଇଁ ଦେଲେ ନିମନ୍ତ୍ରଣ, ଦେଖନ୍ତୁ କ’ଣ କହିଲେ ଖିଲାଡି ଷ୍ଟାର

266

କନକ ବ୍ୟୁରୋ : ଡବ୍ଲୁ ଡବ୍ଲୁ ଇ ରେସଲର ଦ-ଅଣ୍ଡରଟେକରକୁ କିଏ ବା ନଜାଣିଛି । ଅଣ୍ଡର ଟକର ଏମିତି ଏକ ରେସଲର ଯିଏକି ଡବ୍ଲୁ ଡବ୍ଲୁ ଇରେ ଏକ ବିଶାଳ ରେକର୍ଡ ସୃଷ୍ଟି କରିପାରିଛନ୍ତି । ସେ ୨୫ ଥରରୁ ୨୩ଥର ରସଲମେନିଆ ଟାଇଟେଲ ଜିତି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଣ୍ଡରଟେକରକୁ ଦ-ଡେଡ୍ ମ୍ୟାନ ଏବଂ ଦ-ବିଷ୍ଟ ବୋଲି ମଧ୍ୟ କୁହାଯାଏ । ଆଉ ଡବ୍ଲୁ ଡବ୍ଲୁ ଇର ଏହି ବିଷ୍ଟ୍ ବଲିଉଡର ଖିଲାଡି କୁମାରଙ୍କୁ ଫାଇଟ ଚ୍ୟାଲେଞ୍ଜ ଦେଇଛନ୍ତି । ଅଣ୍ଡରଟେକଙ୍କ ଟ୍ୱିଟର ମଜାଳିଆ ଢଙ୍ଗରେ ଉତ୍ତର ରଖିଛନ୍ତି ଅକ୍ଷୟ କୁମାର ।

ଗତ କିଛି ଦିନ ପୂର୍ବେ ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ‘ଖିଲାଡିଓ କା ଖିଲାଡି’କୁ ୨୫ ବର୍ଷ ପୁରିଥିଲା । ଆଉ ଏହାକୁ ବେସ୍ ଧୁମଧାମରେ ସେଲିବ୍ରେଟ୍ କରିଥିଲେ ଅକ୍ଷ । ଏହା ସହିତ ସେହି ଫିଲ୍ମରେ ଅଣ୍ଡରଟେକର ସହ ଜଡିତ ଏକ ମିମ୍ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଛି । ଦର୍ଶକମାନେ ମଧ୍ୟ ଏହି ମିମରେ ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି
ଖିଲାଡିଓ କା ଖିଲାଡି ଫିଲ୍ମରେ ଅକ୍ଷୟ କୁମାର ଅଣ୍ଡରଟେକର ସହ ଫାଇଟ୍ କରିଥିଲେ । ଫିଲ୍ମରେ ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଫାଇଟ୍ ଦର୍ଶକଙ୍କୁ ବେସ୍ ଉତ୍ସାହିତ କରିଥିଲା । କିନ୍ତୁ ଏବେ ଅକ୍ଷୟ କୁମାର ଟ୍ୱିଟ୍ କରି ଦର୍ଶକଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ଫିଲ୍ମରେ ଅକ୍ଷୟ ଯାହା ସହ ଫାଇଟ୍ କରୁଛନ୍ତି, ସେ ବାସ୍ତବରେ ଅଣ୍ଡର ଟେକର ନଥିଲେ । ସେ ବ୍ରାୟନ୍ସ ଲି ନାମକ ଜଣେ ବ୍ୟକ୍ତି ଥିଲେ । ଯିଏକି ଅଣ୍ଡରଟେକରର ଭୂମୀକା ନେଇଥିଲେ । ଆଉ ଏହି ମିମକୁ ନେଇ ଅଣ୍ଡରଟେକର ଅକ୍ଷୟ କୁମାରଙ୍କୁ ରିୟଲ ଫାଇଟ୍ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, କୁହ କେବେ ରିୟଲ ଫାଇଟ୍ ପାଇଁ ପ୍ରସ୍ତୁତ ହେଉଛ? ଆଉ ଅକ୍ଷୟ କୁମାର ବେସ୍ ମଜାଳିଆ ଢଙ୍ଗରେ ଅଣ୍ଡରଟେକରଙ୍କ ଟ୍ୱିଟର ଉତ୍ତର ରଖିଛନ୍ତି । ଅକ୍ଷୟ ଲେଖିଛନ୍ତି, ପ୍ରଥମେ ମୁଁ ମୋର ଇନ୍ସୁରାନ୍ସ ପଲିସି ଚେକ୍ କରିନିଏ, ତା ପରେ କହିବି! ଏଭଳି ମଜାଳିଆ ରିପ୍ଲାଏ ଦବା ସହ ଏକ ସ୍ମାଇଲ୍ ଇମୋଜି ମଧ୍ୟ ସେଣ୍ଡ କରିଛନ୍ତି ଅକ୍ଷୟ କୁମାର ।