ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରାକୁ ନେଇ ଅନିଶ୍ଚିତତା । ବିଏମସି, ପୋଲିସ ଓ ଆୟୋଜକ କମିଟି ମଧ୍ୟରେ ଚାଲିଛି ଆଲୋଚନା । ବାହାରି ପାରୁନି ନିଷ୍କର୍ସ 

63

କନକ ବ୍ୟୁରୋ : ଖଣ୍ଡଗିରିରେ ହେଉଥିବା ମାଘ ସପ୍ତମୀ  ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାକୁ ନେଇ ଚଳିତ ବର୍ଷ ଦ୍ୱନ୍ଦ୍ୱ ଜାରି ରହିଛି । କରୋନା କଟକଣା ବଳବତ୍ତର ରହିଥିବା ବେଳେ ଯାତ୍ରା ହେବା କି ନାହିଁ ତାହାକୁ ନେଇ ଯାତ୍ରା କମିଟି ଓ ବିଏମସି ମଧ୍ୟରେ ମଙ୍ଗଳବାର ହେଇିଥିବା ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

୫ଶହରୁ ଅଧିକ ଲୋକ ଏକତ୍ରତ ହୋଇ ପାରିବେ ନାହିଁ ବୋଲି ନିୟମ ହୋଇଥିବା ବେଳେ ଏତିକି ଦର୍ଶକଙ୍କୁ ନେଇ ଯାତ୍ରା କରିବା ଅସମ୍ଭବ ବୋଲି କହିଛନ୍ତି ଖଣ୍ଡଗିରି ଯାତ୍ରା କମିଟି । ତେଣୁ ପୁଣିଥରେ ଏକ ପ୍ରସ୍ତାବ ବିଏମସିକୁ ଦେବୋପାଇଁ ଯାତ୍ରା କମିଟିକୁ କହିଛନ୍ତି କମିଶନର । ଏପଟେ ଯାତ୍ରା କମିଟିର କହିବା କଥା ଯାତ୍ରାପାର୍ଟି ବାବଦରେ ରାତିପିଛା ପାଖାପାଖି ଦୁଇ ଲକ୍ଷ ଟଙ୍କା ସହ ଟେଂଟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ରୁ ସାଢେ ୩ ଲକ୍ଷ  ଟଙ୍କା ଖର୍ଚ୍ଚ ହୋଇଥାଏ ।

ତେଣୁ ଅତି କମରେ ଅଢେଇ ହଜାରରୁ ୩ହଜାର ଦର୍ଶକଙ୍କୁ ଅନୁମତି ନଦେଲେ ଯାତ୍ରା ଆୟୋଜନ କରିବା ଅସମ୍ଭବ । ଏପଟେ କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ଯାତ୍ରା ଓ ମଂଚ ଅଭିନୟ ବନ୍ଦ ହୋଇଯାଇଥିବାରୁ କଳାକାର ମାନେ ମଧ୍ୟ ଦୁସ୍ଥ ଅବସ୍ଥାକୁ ଚାଲି ଯାଇଛନ୍ତି ।