ଦୋଷ ମାନିଲା ସଇତାନ ପ୍ରେମିକ: ରାଗକୁ ଆୟତ କରିନପାରି ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିିଥିବା ସ୍ୱିକାର କଲା ଅଫତାବ

403

କନକ ବ୍ୟୁରୋ: ଦିଲ୍ଲୀ ସାକେତ କୋର୍ଟରେ ହାଜର ହୋଇ ଜଜ୍ଙ୍କ ସାମ୍ନାରେ ନିଜ ଦୋଷ ସ୍ୱିକାର କରିଛି ଦିଲ୍ଲୀ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ କୋର୍ଟରେ ବଡ଼ ସ୍ୱୀକାରୋକ୍ତି କରିଛି । ଶ୍ରଦ୍ଧାକୁ ହିଟ୍ ଅଫ୍ ଦି ମୁମେଂଟରେ ହତ୍ୟା କରିଥିବା ଜଜଙ୍କ ଆଗରେ ମାନିଛି ଅଫତାବ । ଅର୍ଥାତ୍ ଯାହା ଘଟିଲା, ତାହା ରାଗରେ ଥିଲା ବୋଲି ଅଫତାବ କୋର୍ଟଙ୍କୁ କହିଛି । ଭିଡିଓ କନଫରେନ୍ସିଂ ଜରିଆରେ ଅଫତାବକୁ କୋର୍ଟରେ ହାଜର କରାଯାଇଥିଲା ।

ସତ ସ୍ୱିକାର କଲା ଅଫତାବ
– ଜଜ୍ଙ୍କ ଆଗରେ ସତ ମାନିଲା ଅଫତାବ
– ଶ୍ରଦ୍ଧାଙ୍କୁ ମାରିଥିବା ସ୍ୱୀକାର କଲା ଅଫତାବ
– ‘ହିଟ୍ ଅଫ୍ ଦି ମୁମେଂଟ’ରେ ଶ୍ରଦ୍ଧାଙ୍କୁ ହତ୍ୟା
– ଯାହାବି ଭୁଲ କରିଛି, ତାହା ରାଗରେ ଥିଲା
– ପୋଲିସକୁ ତଦନ୍ତରେ କରୁଛି ସହଯୋଗ
– ସବୁ ତଥ୍ୟ ଦେବି, କିନ୍ତୁ କିଛି କଥା ମନେ ପଡ଼ୁନି
– ହତ୍ୟା ପାଇଁ ବ୍ୟବହୃତ ହୋଇଥିଲା ଆରି ଓ ବ୍ଲେଡ
– ମାରଣାସ୍ତ୍ରକୁ ଡିଏଲଏଫ୍ ଫେଜ୍-୩ରେ ଥିବା ବୁଦାରେ ଫୋପାଡ଼ିଥିଲା
– ଦକ୍ଷିଣ ଦିଲ୍ଲୀର ମେହରୁଲିର ୧୦୦ ମିଟର୍ ଦୂରରେ ଫୋପାଡ଼ିଥିଲା ଖଣ୍ଡ ଖଣ୍ଡ ମାଂସ
– ପୋଖରୀ ନିକଟରେ ଫୋପାଫିଥିଲା ଶ୍ରଦ୍ଧାର କଟାମୁଣ୍ଡ

ପୋଲିସ୍ ଦ୍ୱାରା ରେକର୍ଡ ହୋଇଥିବା ବୟାନରେ ଅଫତାବ ଜଜଙ୍କ ଆଗରେ ଏହି ସ୍ୱୀକାର କରିଛି । ସେପଟେ ଅଫତାବଙ୍କ ରିମାଣ୍ଡ ଅବଧି ଆଉ ଚାରିଦିନ ବଢ଼ାଇବାକୁ ପୋଲିସ୍ ଆବେଦନ କରିଥିଲା । ଦିଲ୍ଲୀ ସାକେତ କୋର୍ଟ ମଧ୍ୟ ଅଫତାବର ପୋଲିସ୍ କଷ୍ଟଡି ଚାରିଦିନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧା ହତ୍ୟାକାଣ୍ଡର ତଦନ୍ତ ପାଇଁ ପୋଲିସ୍ ୧୪ ଜଣିଆ ଟିମ୍ ଗଠନ କରିଛି ।

ସୋମବାର ଅଫତାବର ନାର୍କୋ ଟେଷ୍ଟ ହୋଇପାରିନଥିଲା । କାରଣ ନାର୍କୋ ଟେଷ୍ଟ ପୂର୍ବରୁ ଅଫତାବର ପଲିଗ୍ରାଫ ଟେଷ୍ଟ ହେବ । ଦିଲ୍ଲୀ ପୋଲିସ୍ ମଧ୍ୟ ସୋମବାର କୋର୍ଟଙ୍କୁ ଅଫତାବଙ୍କର ପଲିଗ୍ରାଫ ଟେଷ୍ଟ କରାଇବାକୁ ନିବେଦନ କରିବା ପରେ ଏବେ ଏହି ଅନୁମତି ମିଳିସାରିଛି । ପଲିଗ୍ରାଫ, ନାର୍କୋ ଓ ଅନ୍ୟାନ୍ୟ ଟେଷ୍ଟ ସହ ମାମଲାର ତଦନ୍ତ ବଢୁଛି । ତେବେ ମାମଲାର ସମ୍ପୂର୍ଣ୍ଣ ସତ୍ୟତା କଣ ଏହା ଉପରୁ ଏବେ ମଧ୍ୟ ପର୍ଦ୍ଦା ଉଠିପାରିନି ।