ହାଇକୋର୍ଟ ବେଞ୍ଚ ଦାବିରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା । ସମର୍ଥନ ଜଣାଇ ବନ୍ଦରେ ସାମିଲ ହେଲା ବିଜେଡି ଓ କଂଗ୍ରେସ

92

କନକ ବ୍ୟୁରୋ : ଆଜି ଅବିଭକ୍ତ କୋରାପୁଟ ଜିଲ୍ଳାରେ ଗଡ଼ିବନି ଚକଅଖ, ଠପ୍ ହୋଇଯାଇଛି ଚଳାଚଳ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି କୋରାପୁଟରେ ବନ୍ଦ ପାଳନ ହେଉଛି । ସମର୍ଥନ ଜଣାଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେବେ ବୋଲି ଜଣାପଡିଛି । ଦୀର୍ଘ ୧୨ ଦିନର କାର୍ଯ୍ୟ ବନ୍ଦ ଆନ୍ଦୋଳନ ପରେ ଅବିଭକ୍ତ କୋରାପୁଟ ଜିଲ୍ଳା, ରାୟଗଡ଼ା, ନବରଂଗପୁର, କୋରାପୁଟ ଓ ମାଲକାନଗିରିରେ ବନ୍ଦ ପାଳନ ପାଇଁ ଓକିଲ ସଂଘ ଡ଼ାକରା ଦେଇଛି ।

ଓକିଲ ସଂଘର ଏହି ବନ୍ଦ ପାଳନ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାେରୋକ କରିବା ସହ ଆନ୍ଦୋଳନକାରୀ ପିକେଟିଂ କରୁଛନ୍ତି । ତେବେ ବନ୍ଦର କୌଣସି ପ୍ରଭାବ ନ ପଡ଼ିଲେ ଆଗାମୀ ଦିନରେ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ କଂଗ୍ରେସ ଏକାକୀ ୨ ଦିନିଆ କୋରାପୁଟ ଜିଲ୍ଳା ବନ୍ଦ ଡାକରା ଦେବ ବୋଲି କଂଗ୍ରେସ କହିଛି । ବନ୍ଦକୁ ଦୃଷ୍ଟିରେ ରଖି ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଯାଇଛି ।