କନକ ବ୍ୟୁରୋ: ଆଇପିଏଲରେ ଧୂଆଁଧାର ବୋଲିଂ କରି ପରିଚିତ ହୋଇଥିବା ଉମରାନ ମଲ୍ଲିକ ଆଜି ଟିମ ଇଣ୍ଡିଆରେ ଡେବ୍ୟୁ କରିଛନ୍ତି । ଆୟର୍ଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଉମରାନଙ୍କୁ ପ୍ଲେଇଙ୍ଗ ୧୧ରେ ସାମିଲ କରାଯାଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଟ୍ୱିଟ କରି ଉମରାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉମରାନଙ୍କୁ ଟିମ ଇଣ୍ଡିଆରେ ଟି-୨୦ ପାଇଁ ୯୮ ନମ୍ବର କ୍ୟାପ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୨ ବର୍ଷିୟ ଉମରାନ ମଲ୍ଲିକ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୧୫୦ କିଲୋମିଟର ବେଗରେ ବୋଲିଂ କରୁଥିଲେ । ସେ ଦ୍ରୁତତମ ବୋଲରଙ୍କ ମଧ୍ୟରେ ୩ ନମ୍ବରରେ ରହିଛନ୍ତି । ସେ ଗୋଟିଏ ମ୍ୟାଚରେ ୧୫୭ ସ୍ପିଡରେ ବଲ ପକାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ୨୦୨୨ ଆଇପିଏଲରେ ସେ ୧୪ଟି ମ୍ୟାଚ ଖେଳି ୨୨ଟି ୱିକେଟ ନେଇଥିଲେ ।
ଭାରତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜରେ ସେ ସାମିଲ ହୋଇଥିଲେ । ହେଲେ ପ୍ଲେଇଙ୍ଗ ୧୧ରେ ସାମିଲ ହୋଇନଥିଲେ । ହେଲେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଛି । ତେବେ ଆଶା କରାଯାଉଛି ସେ ଆଇପିଏଲ ଭଳି ଦଳ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିବେ ।