ଶେଷ ମୁହୂର୍ତ୍ତରେ ଉମରାନଙ୍କୁ ଆସିଲା ଡାକରା । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଉମରାନ ।

194

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହୋଇ ଦଳରୁ ବାଦ୍ ପଡିଥିବା ବେଳେ ତାଙ୍କ ସ୍ଥାନର ଉମରାନ୍ ମଲ୍ଲିକ ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ଏହାସହ ଆଉ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବା ସୁଯୋଗ ପାଇଛନ୍ତି ଉମରାନ । ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରୋହିତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ସାମିଙ୍କ ବଦଳରେ ଉମରାନଙ୍କୁ ଦଳରେ ସାମିଲ କରାଯାଇଛି । ଏହାପୂର୍ବରୁ ଉମରାନ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳି ସାରିଛନ୍ତି । ଆର୍ୟଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ଉମରାନ । ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିଲେ । ଦ୍ରୁତ ଗତିରେ ବୋଲିଂ ପାଇଁ ଜଣାଶୁଣା ଉମରାନ୍ । ଏପରିକି ଅଷ୍ଟ୍ରେଲିଆରେ ହୋଇଥିବା ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କୁ ଦଳରେ ସାମିଲ କରିବାକୁ ଦାବି ଉଠିଥିଲା । କିନ୍ତୁ ଉମରାନଙ୍କୁ ଦଳରେ ସାମିଲ ନକରିବାରୁ ବିସିସିଆଇକୁ ଟାର୍ଗେଟ କରିଥିଲେ କ୍ରିକେଟପ୍ରେମୀ ।