ଦାୟିତ୍ୱ ନେଲେ ଟ୍ୱିନସିଟିର ୨ ଡିସିପି : ଅନୁପ ସାହୁଙ୍କ ସ୍ଥାନରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାସ; କଟକ ଡିସିପି ଭାବେ ପ୍ରତୀକ ସିଂଙ୍କ ଦାୟିତ୍ୱ ଗ୍ରହଣ

230

କନକ ବ୍ୟୁରୋ : ଟ୍ୱିନ ସିଟିର ନୂଆ ଡିସିପି । ଭୂବନେଶ୍ୱରର ଡ଼ିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାଶ । ଅନୁପ ସାହୁଙ୍କ ଠାରୁ ଦାୟିତ୍ୱ ଭାର ନେଇଛନ୍ତି ଉମାଶଙ୍କର । ପୂର୍ବରୁ ପୂରୀ ଏସପି ଭାବେ ସେ ଦାୟିତ୍ୱ ତୁଲାଇଥିଲେ । କରୋନା ଆମ ପାଇଁ ଚ୍ୟାଲେଂଜ ହୋଇଛି ବୋଲି କହିଛନ୍ତି ଉମାଶଙ୍କର । ସେହିପରି କଟକ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ । ବିଦାୟୀ ଅଖିଳେଶ୍ୱର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂ । ସେ ପୂର୍ବରୁ କନ୍ଧମାଳ ଏସପି ଥିଲେ । କନ୍ଧମାଳରେ ଲୋକଙ୍କ ସହଯୋଗ ମନେ ରହିବ ବୋଲି କହିଛନ୍ତି ପ୍ରତୀକ ସିଂ ।

ଏହା ଏକ ଭଲ ଅନୁଭୁତି ଥିଲା ବୋଲି ସେ କହିଛନ୍ତି । ବିଧାନସଭା ନିର୍ବାଚନ, ମାଓ ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ଚ୍ୟାଲେଂଜ ଥିଲା ବୋଲି ସେ  କହିଛନ୍ତି ।  କରୋନା ପରିସ୍ଥିତିରେ ଲୋକଙ୍କୁ କିପରି ନୀରାପତା ଦିଆଯିବ ଏହା ତାଙ୍କ ପାଇଁ ନୂଆ ଚ୍ୟାଲେଜ ହେବ ବୋଲି ସେ କହିଛନ୍ତି ।