କନକ ବ୍ୟୁରୋ : ପୁଣି ଭୟଙ୍କର ରୂପଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ପାଶ୍ଚାତ୍ୟ ଏବଂ ନାଟୋ ଦେଶଗୁଡିକ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ସହାୟତା ବଢାଇ ଚାଲିଥିବା ବେଳେ ଆକ୍ରମଣ ଜୋରଦାର କରିଛି ଋଷ । ଋଷ ରଣନୀତି ବଦଳାଇବା ସହ ୟୁକ୍ରେନର ପ୍ରମୁଖ ସହରଗୁଡିକୁ ଟାର୍ଗେଟ କରି ମିଶାଇଲ ମାଡ କରିଛି । ୟୁକ୍ରେନର ଡିନିପ୍ରୋ ସହରରେ ତୁହାକୁ ତୁହା ଋଷ କ୍ଷେପଣାସ୍ତ୍ର ମାଡ ଯୋଗୁ ସହରରେ ବିଦ୍ୟୁତ୍ ଏବଂ ଜଳଯୋଗାଣ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି ।

Advertisment

ଡିନିପ୍ରୋ ସହର ୟୁକ୍ରେନର ଅନ୍ୟତମ ଜନବହୁଳ ସହର ହୋଇଥିବା ବେଳେ ସେଠାରେ ସେନାର କେତକ ବୃହତ ଶିବିର ମଧ୍ୟ ରହିଛି । ନାଟୋ ଦେଶଗୁଡିକରୁ ଆସୁଥିବା ଯୁଦ୍ଧାସ୍ତ୍ରକୁ ଏଠାରେ ରଖାଯାଉଛି । ତେଣୁ ଏହି ସହରରକୁ ଟାର୍ଗେଟ କରି ଆକ୍ରମଣ କରୁଛି ପୁଟିନ୍ ସେନା । ୟୁକ୍ରେନର ଆବାସିକ ଅଞ୍ଚଳରେ ଋଷର ଘନ ଘନ କ୍ଷେପଣାସ୍ତ୍ର ମାଡ ଯୋଗୁ ଡୋନେସ୍କ ଅଞ୍ଚଳରେ ହଜାର ହଜାର ପରିବାର ଘର ଛାଡି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଚାଲିଯାଇଛନ୍ତି । ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଯୁଦ୍ଧ ଆହୁରୀ ଭୟଙ୍କର ରୂପ ନେବ ବୋଲି କୁହାଯାଉଛି ।