କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ମାହାମାରୀ ବଢି ଚାଲିଥିବା ବେଳେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ହଟାଇବା ନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ବୋରିସ୍ ଜନସନ୍ କହିଛନ୍ତି, ବୈଜ୍ଞାନିକଙ୍କ ମତ ଅନୁସାରେ ଦେଶରେ କରୋନାର ନୂଆ ଭାରିଆଂଟ ଓମିକ୍ରନର ୱେଭ ଶୀର୍ଷରେ ପହଂଚିସାରିଛି । ଏପରି ସ୍ଥିତିରେ ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ହଟାଯାଇଛି ବୋଲି କହିଛନ୍ତି । କଟକଣା ହଟାଯାଇଥିବାରୁ ଏବେ ଲୋକେ ଘରେ ଆଉ ୱାର୍କ ଫ୍ରମ୍ ହୋମ୍ କରିପାରିବେ ନାହିଁ । ଏବେ ଲୋକେ ଚାହିଁଲେ ସାର୍ବଜନୀନ ସ୍ଥାନରେ ବିନା ମାସ୍କ ପିନ୍ଧି ବୁଲି ପାରିବେ । ଏହା ସହ ଖୁବ୍ ଶୀଘ୍ର ସ୍କୁଲରେ ଅନାବଶ୍ୟକ ମାସ୍କ ପିନ୍ଧିବା କଟକଣା ରହିବ ନାହିଁ ବୋଲି କହିଛନ୍ତି ବୋରିସ ଜନସନ୍ ।