ବିହାରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ଜେଡ଼ିୟୁ ନେତାଙ୍କ ଝିଅ । ଇଂଲଣ୍ଡରୁ ଘୋଷଣା କଲେ ପ୍ରିୟା ।
କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପୂର୍ବତନ ‘ଜନତା ଦଳ ୟୁନାଇଟେଡ୍’ର ନେତା ବିନୋଦ ଚୌଧୁରୀଙ୍କ ଝିଅ ପୁଷ୍ପମ୍ ପ୍ରିୟା ଚୌଧୁରୀ ଇଚ୍ଛା ପ୍ରକାଶ କରିଛନ୍ତି।
ରବିବାର ଦିନ ଏକଥା ଘୋଷଣା କରିଛନ୍ତି ଇଂଲଣ୍ଡରେ ରହୁଥିବା ପୁଷ୍ପମ୍। ଏଥିପାଇଁ ସେ ‘ପ୍ଲୁରାଲସ୍’ ନାମରେ ଏକ ରାଜନୈତିକ ଦଳ ଗଢ଼ିବେ ବୋଲି ବିହାରର କେତେକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି।
Bihar needs pace, Bihar needs wings, Bihar needs change. Because Bihar deserves better and better is possible. Reject bullshit politics, join Plurals to make Bihar run and fly in 2020. #PluralsHasArrived #ProgressiveBihar2020 pic.twitter.com/GiQU00oiJv
— Pushpam Priya Choudhary (@pushpampc13) March 8, 2020
ଟୁଇଟ୍ କରି ସେ ଲେଖିଛନ୍ତି: ବିହାର ଶାନ୍ତି ଚାହେଁ, ବିହାର ପକ୍ଷ ଚାହେଁ, ବିହାର ପରିବର୍ତ୍ତନ ଚାହେଁ। କାରଣ ବିହାର ଉନ୍ନତି ଚାହେଁ ଏବଂ ଉନ୍ନତି ସମ୍ଭବ। ୨୦୨୦ରେ ବିହାରକୁ ଦୌଡ଼ାଇବାକୁ ଓ ଉଡ଼ାଇବାକୁ ‘ପ୍ଲୁରାଲସ୍’ରେ ଯୋଗ ଦିଅନ୍ତୁ। ‘ପ୍ଲୁରାଲସ୍’ ଆସି ଯାଇଛି। ପ୍ରଗତିଶୀଳ ବିହାର ୨୦୨୦।
ଚୌଧୁରୀ ହେଉଛନ୍ତି ବିହାର ଅନ୍ତର୍ଗତ ଦରଭଙ୍ଗାର ମୂଳ ବାସିନ୍ଦା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଶାସକ ବିଜେପି-ଜେଡି(ୟୁ)-ଏଲଜେପି ମେଣ୍ଟକୁ ପରାସ୍ତ କରିବା ନିମନ୍ତେ ‘ପ୍ଲୁରାଲସ୍’ରେ ଯୋଗ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏକାଧିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପୁଷ୍ପମ୍ ପ୍ରିୟା ଚୌଧୁରୀ ମୁଖ୍ୟମନ୍ତ୍ରୀ ହେଲେ ୨୦୨୫ ସୁଦ୍ଧା ବିହାରକୁ ଭାରତର ସବୁଠୁ ଉନ୍ନତ ରାଜ୍ୟ କରିବା ନିମନ୍ତେ କାମ କରିବେ ବୋଲି ଏକ ଖୋଲା ଚିଠିରେ କହିଛନ୍ତି।
Comments are closed.