ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ : କୋଭିସିଲ୍ଡକୁ ଦେଲା ଅନୁମତି, ଜାରି କଲା ନୂଆ ଟ୍ରାଭେଲ ଗାଇଡଲାଇନ୍

ହଟିଲା କ୍ୱାରେଂଟାଇନ୍ ନିୟମ, କୋଭିସିଲ୍ଡ ନେଇଥିଲେ ୧୦ ଦିନିଆ ସଂଗରୋଧ ଥିଲା ବାଧ୍ୟତାମୂଳକ

80

କନକ ବ୍ୟୁରୋ : କୋଭିସିଲ୍ଡ ଟଇକା ପ୍ରସଙ୍ଗରେ ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ ଭ୍ୟାକ୍ସିନକୁ ମିଳିଲା ମାନ୍ୟତା । ଏନେଇ ନୂଆ ଟ୍ରାଭେଲ୍ସନୂଆ ଟ୍ରାଭେଲ୍ସ ଗାଇଡଲାଇନ୍ ଜାରି କରିଛି ବ୍ରିଟେନ । କୋଭିସିଲ୍ଡ ଟିକା ନେଇଥିଲେ ୧୦ ଦିନିଆ ସଂଗରୋଧ ପୂର୍ବରୁ ବାଧ୍ୟତାମୂଳକ ଥିଲା । ଯାହାକୁ ଏବେ ହଟାଇଛି ବ୍ରିଟେନ । କୋଭିସିଲ୍ଡ ଟିକାକୁ ସୀକୃତି ନଦେବାକୁ ନେଇ ଘେରିଯାଇଥିବା ବ୍ରିଟେନ ଶେଷରେ ନିଜର ନିୟମ ପରିବର୍ତ୍ତନ କରିଛି । ଗାଇଡଲାଇନ୍ ଜାରି କରିଛି ବ୍ରିଟେନ । କୋଭିସିଲ୍ଡ ଟିକା ନେଇଥିଲେ ୧୦ ଦିନିଆ ସଂଗରୋଧ ପୂର୍ବରୁ ବାଧ୍ୟତାମୂଳକ ଥିଲା । ଯାହାକୁ ଏବେ ହଟାଇଛି ବ୍ରିଟେନ । କୋଭିସିଲ୍ଡ ଟିକାକୁ ସୀକୃତି ନଦେବାକୁ ନେଇ ଘେରିଯାଇଥିବା ବ୍ରିଟେନ ଶେଷରେ ନିଜର ନିୟମ ପରିବର୍ତ୍ତନ କରିଛି ।

ସୋମବାର ବ୍ରିଟିଶ ସରକାରଙ୍କ ତରଫରୁ ଭାରତ, ତୁର୍କି ,ରୁଷିଆ ଓ ୟୁଏଇରୁ ଯାତ୍ରା ଉପରେ କୋଭିଡ ସମ୍ପର୍କିତ ବିବାଦିୟ କଟକଣା ଜାରି କରାଯାଇଥିଲା । ଯେଉଁଥିରେ କୋଭିସିଲ୍ଡ ଟିକାର ୨ ଟି ଡୋଜ ନେବାପରେ ବି ଭାରତୀୟଙ୍କୁ ୧୦ ଦିନ ସଂଗରୋଧ ରହିବାକୁ ପଡିବ ବୋଲି ବ୍ରିଟେନ ସରକାରଙ୍କ ତରଫରୁ କୁହାଯାଇଥିଲା । ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଂକର ଏ ବିଷୟରେ ହସ୍ତକ୍ଷେପ କରି ୟୁକେ ବୈଦେଶିକ ସଚିବଙ୍କ ସହ କଥାହୋଇଥିଲେ । ପରେ ଆଜି ବ୍ରିଟେନ ନିଜର ନିଷ୍ପତ୍ତି ବଦଳାଇଛି ।